ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ନେଇ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ଗତକାଲି ଅନୁରାଗଙ୍କୁ ଜେରା କରିଥିଲା | ସମନ ପାଇ ଗତକାଲି ଜେରା ପାଇଁ ମୁମ୍ବାଇର ବର୍ସୋବା ଥାନାରେ ପହଞ୍ଚିଥିଲେ ଅନୁରାଗ କଶ୍ୟପ । ଜେରା ପରେ ପାୟଲ ଯେଉଁ ସମୟରେ ଘଟଣା ଘଟିଥିବା ନେଇ ଅଭିଯୋଗ କରିଛନ୍ତି, ସେ ସମୟରେ ମୁଁ ଶ୍ରୀଲଙ୍କାରେ ଥିଲି ବୋଲି କହିଛନ୍ତି ଅନୁରାଗ କଶ୍ୟପ ।
ଅନୁରାଗଙ୍କ ପକ୍ଷରୁ ତାଙ୍କ ଓକିଲ ଏକ ବିବୃତ୍ତି ଜାରି କରି ଏଭଳି ଖୁଲାସା କରିଛନ୍ତି। ବିବୃତ୍ତିରେ କୁହାଯାଇଛି ଯେ, ଅନୁରାଗ କଶ୍ୟପଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ। ଯେତେବେଳେ ଏହି ଘଟଣା ଘଟିଥିବା ନେଇ ଅଭିନେତ୍ରୀ ଦାବି କରିଛନ୍ତି, ସେ ସମୟରେ ଅନୁରାଗ ଶ୍ରୀଲଙ୍କାରେ ଥିଲେ। ସେ ମାସେ ପାଇଁ ଶ୍ରୀଲଙ୍କାରେ ନିଜ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ। ଏହି ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ନିକଟରେ ଅନୁରାଗ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିଛନ୍ତି ବୋଲି ତାଙ୍କ ଓକିଲ ବିବୃତ୍ତିରେ କହିଛନ୍ତି।
/sambad/media/post_attachments/wp-content/uploads/2020/10/t-3-750x430.jpg) India.com
 India.comଗତକାଲି ଅନୁରାଗ କଶ୍ୟପଙ୍କୁ ବର୍ସୋବା ପୁଲିସ ପଚରାଉଚରା ପାଇଁ ଡକାଇଥିଲା। ସେ ସକାଳ ୧୦ଟାରେ ପୁଲିସ ଷ୍ଟେସନରେ ପହଞ୍ଚି ସନ୍ଧ୍ୟା ୬ ଟାରେ ଘରକୁ ଫେରିଥିଲେ। ଅନୁରାଗଙ୍କ ବୟାନ ପରେ ପୁଲିସ ଏବେ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-17.jpg)
