ଅନୁରାଗ ଶ୍ରୀବାସ୍ତବ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପରବର୍ତ୍ତୀ ମୁଖପାତ୍ର: ରିପୋର୍ଟ

ନୂଆଦିଲ୍ଲୀ: ରବିଶ କୁମାରଙ୍କ ସ୍ଥାନରେ ଭାରତୀୟ ବିଦେଶ ସେବା ଅଧିକାରୀ ଅନୁରାଗ ଶ୍ରୀବାସ୍ତବ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ହେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଆଜି ଆନୁଷ୍ଠାନିକ ଘୋଷଣା ହୋଇପାରେ।

ରବିଶ କୁମାର ରାଷ୍ଟ୍ରଦୂତ ଭାବେ ଇଉରୋପରେ ନିଯୁକ୍ତି ପାଇ ପାରନ୍ତି। ୨୦୧୭ ମସିହା ଅଗଷ୍ଟ ମାସରେ ସେ ୪୭ ବର୍ଷ ବୟସରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଭାବେ ନିଯୁକ୍ତି ପାଇଥିଲେ।

ସମ୍ପ୍ରତି ଶ୍ରୀବାସ୍ତ ଇଥିଓପିଆ ଓ ଆଫ୍ରିକୀୟ ୟୁନିୟନ୍‌ରେ ଭାରତୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଛନ୍ତି। ସେ ୧୯୯୯ ବ୍ୟାଚ୍‌ର ‘ଆଇଏଫ୍‌ଏସ୍‌’ ଅଧିକାରୀ।

ଇଥିଓପିଆର ରାଷ୍ଟ୍ରଦୂତ ହେବା ପୂର୍ବରୁ ସେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅର୍ଥନୈତିକ ଡିଭିଜନ୍‌ର ମୁଖ୍ୟ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅର୍ଥନୈତିକ ବିଭାଗ ବର୍ଷକୁ ୨ ବିଲିୟନ୍‌ ଡଲାର୍‌ର ବଜେଟ୍‌ ପରିଚାଳନା କରିଥାଏ। ଏହାଛଡ଼ା ଶ୍ରୀବାସ୍ତବ କଲମ୍ବୋସ୍ଥିତ ଭାରତୀୟ ହାଇକମିସନ୍‌ଙ୍କର ରାଜନୈତିକ ଶାଖାର ମୁଖ୍ୟ ଥିଲେ। ଜେନେଭାସ୍ଥିତ ଜାତିସଂଘରେ ଥିବା ଭାରତର ପରମାନେଣ୍ଟ ମିସନ୍‌ରେ ମଧ୍ୟ ସେ ପୂର୍ବରୁ କାମ କରିଛନ୍ତି।

ଭାରତୀୟ ବିଦେଶ ସେବାରେ ଯୋଗ ଦେବା ପୂର୍ବରୁ ଇଞ୍ଜିନିୟରିଂ ଓ ବାଣିଜ୍ୟ ପରିଚାଳନା ଡିଗ୍ରିଧାରୀ ଶ୍ରୀବାସ୍ତବ କର୍ପୋରେଟ୍‌ ସେକ୍ଟର୍‌ରେ କାମ କରୁଥିଲେ।

ସମ୍ବନ୍ଧିତ ଖବର