ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଆଜି ଗଣମାଧ୍ୟମ ଉପରେ ବର୍ଷିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଗଣମାଧ୍ୟମ ତାଙ୍କ ‘ଗୋଲି ମାରୋ’ ପ୍ରସଙ୍ଗକୁ ନେଇ ଯେଉଁଭଳି ଭାବେ ପ୍ରଚାର କଲା, ତାହା ଦୁର୍ଭାଗ୍ୟଜନକ ବୋଲି ଅନୁରାଗ କହିଛନ୍ତି। ଜଣେ ସାମ୍ବାଦିକ ‘ଗୋଲି ମାରୋ’ ସ୍ଲୋଗାନ୍‌ ନେଇ ପ୍ରଶ୍ନ କରିବାରୁ ଅନୁରାଗ ତାଙ୍କୁ କହିଥିଲେ, ସେ ମିଛ କହୁଛନ୍ତି। ଗଣମାଧ୍ୟମ ପ୍ରଥମେ ନିଜର ଜ୍ଞାନ ବୃଦ୍ଧି କରନ୍ତୁ ଓ ପରେ ଖବର ପରିବେଷଣ କରନ୍ତୁ। ତେବେ ଏହି ପ୍ରସଙ୍ଗଟି ବିଚାରାଧୀନ ଥିବାରୁ ଏ ନେଇ ଅଧିକ କିଛି କହିବାକୁ ଅନୁରାଗ ମନା କରିଦେଇଥିଲେ।