ଦିଲ୍ଲୀ ବିଧାନସଭା ନିର୍ବାଚନ : ଅନୁରାଗ, ପ୍ରବେଶ ତାରକା ପ୍ରଚାରକ ତାଲିକାରୁ ହଟିବେ

ବିଜେପିକୁ ସମର୍ଥନ କରିବ ଅକାଳି ଦଳ

ନୂଆଦିଲ୍ଲୀ : ନିର୍ବାଚନ କମିସନ୍‌ ଆଜି ବିଜେପି ନେତା ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମାଙ୍କୁ ବିଜେପିର ତାରକା ପ୍ରଚାରକ ତାଲିକାରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ନେତାଙ୍କ ବିବାଦୀୟ ବୟାନ ପାଇଁ ଦଳ ସେମାନଙ୍କୁ ତାରକା ପ୍ରଚାରକ ତାଲିକାରୁ ହଟାଉ ବୋଲି କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା‌ ନିର୍ବାଚନ ଥିବା ବେଳେ ଏହି ଦୁଇ ‌‌ନେତା ପ୍ରଚାରରେ ବିବାଦୀୟ ବୟାନ ଦେଇଥିଲେ। ଏକ ନିର୍ବାଚନୀ ରୢାଲିରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଠାକୁର ଦେଶଦ୍ରୋହୀମାନଙ୍କୁ ଗୁଳି ମାରିଦେବା ପାଇଁ ସ୍ଲୋଗାନ୍‌ ଦେଇଥିଲେ। ସେହିପରି ପଶ୍ଚିମ ଦିଲ୍ଲୀ ସାଂସଦ ବର୍ମା କହିଥିଲେ, କାଶ୍ମୀରରେ ପଣ୍ଡିତମାନଙ୍କ ସହ ଯାହା ଘଟିଲା ଦିଲ୍ଲୀରେ ମଧ୍ୟ ଠିକ୍‌ ସେମିତି ଘଟିପାରେ। ଶାହିନ ବାଗ୍‌ରେ ଲକ୍ଷାଧିକ ସିଏଏ ବିରୋଧୀ ଆନ୍ଦୋଳନକାରୀ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିପାରନ୍ତି ବୋଲି ସେ କହିଥିଲେ।

ବିଜେପିକୁ ସମର୍ଥନ କରିବ ଅକାଳି ଦଳ
ନୂଆଦିଲ୍ଲୀ : ଦିଲ୍ଲୀ ରାଜନୀତିରେ ଏବେ ପୁଣି ଏକ ନୂଆ ମୋଡ଼ ଦେଖାଦେଇଛି। କିଛି ଦିନ‌ ତଳେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିବ ନାହିଁ ବୋଲି ଶିରୋମଣି ଅକାଳୀ ଦଳ ଘୋଷଣା କରିଥିଲା। ସିଏଏ ପ୍ରସଙ୍ଗରେ ବିଜେପିର କଥାକୁ ଗ୍ରହଣ କରିହେବନି କହି ସ୍ୟାଡ୍‌ ପକ୍ଷରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଅକାଳି ଦଳ ଏବେ ଏହାର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ରେ ଏହା ବିଜେପିକୁ ପୂର୍ଣ୍ଣ ସମର୍ଥନ କରିବ ବୋଲି ଆଜି ଘୋଷଣା କରିଛି।

ସମ୍ବନ୍ଧିତ ଖବର