ପ୍ରିୟଙ୍କା ଓ ରାହୁଲଙ୍କ ମଧ୍ୟରେ ସମ୍ପର୍କ ଠିକ ନାହିଁ! କିଛି ଏଭଳି କହିଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ ଯାତ୍ରାରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ସାମିଲ ନ ହେବା ନେଇ ଆଜି କଟାକ୍ଷ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର | ବାସ୍ତବରେ ପ୍ରିୟଙ୍କା ଗାନ୍ଧୀଙ୍କ ହିମାଚଳ ଗସ୍ତ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରୁଛି ଓ ମିଥ୍ୟା ରାଜନୀତି କରୁଛି। ଏଥିସହ ଦାବି କରିଛନ୍ତି ଯେ କେନ୍ଦ୍ରରେ ମୋଦୀ ସରକାର ହିମାଚଳବାସୀଙ୍କ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ହିମାଚଳର ହମିରପୁରରେ ଅନୁରାଗ ଠାକୁର କହିଛନ୍ତି ଯେ ଭାଇ-ଭଉଣୀ (ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ)ଙ୍କ ମଧ୍ୟରେ ବୋଧେ ସମ୍ପର୍କ ଠିକ ନାହିଁ | ଉଭୟଙ୍କ ମଧ୍ୟରେ ବୋଧେ ଭାରତ ଯୋଡ଼ ଯାତ୍ରାକୁ ନେଇ ସହମତି ନାହିଁ |

ତେଣୁ ଭାରତ ଯୋଡ ଯାତ୍ରାକୁ ଦେଢ ମାସ ବିତିଯାଇଥିଲେ ବି ଭଉଣୀ (ପ୍ରିୟଙ୍କା ଗାନ୍ଧୀ) ଏଥିରେ ଯୋଗ ଦେଇନାହାଁନ୍ତି | ଏହା ବ୍ୟତୀତ ସେ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ପୁଣି ଆସିବ। ଅନ୍ୟପଟେ କଙ୍ଗରାଠାରେ ବିଜେପିକୁ ଟାର୍ଗେଟ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ କର୍ମୀମାନେ ଗାଁରୁ ଗାଁକୁ ଯାଉଛନ୍ତି। ଅନ୍ୟପକ୍ଷରେ ବିଜେପି ନେତାମାନେ ବିଦ୍ରୋହ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଜାଣନ୍ତି ଯେ କଂଗ୍ରେସ ସରକାର ଆସିବାକୁ ଯାଉଛି | ଉଲ୍ଲେଖ ଥାଉ କି ଦେଢ଼ ମାସ ତଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ବରିଷ୍ଠ ନେତା ଜୟରାମ ରମେଶ କହିଥିଲେ ଯେ ପ୍ରିୟଙ୍କା ଗାନ୍ଧୀ ଖୁବ ଶୀଘ୍ର ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେବେ | କିନ୍ତୁ ଏଯାଏଁ ସେ ଯୋଗ ଦେଇନାହାନ୍ତି |

ସମ୍ବନ୍ଧିତ ଖବର