‘କ୍ରିକେଟ ଓ ରାଜନୀତିରେ କେତେବେଳେ କିଛି ବି ଘଟିପାରେ’: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଉପରେ ମତ ରଖିବାକୁ ଯାଇ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି, ‘କ୍ରିକେଟ ଓ ରାଜନୀତିରେ କେତେବେଳେ କିଛି ବି ଘଟିପାରେ! ଉଭୟ କ୍ରିକେଟ ଓ ରାଜନୀତିରେ ଫଳାଫଳ ଶେଷ ମୁହୂର୍ତ୍ତରେ ବି ଓଲଟପାଲଟ ହୋଇ ଯାଇଥାଏ। କ୍ରିକେଟରେ ଯେମିତି ଅନେକ ସମୟରେ ବିଜୟ ଲାଭ ଆଡ଼କୁ ଅଗ୍ରସର ହେଉଥିବା ଦଳ ଶେଷ ଓଭରରେ ଯେପରି ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ବିଜୟରୁ ବଞ୍ଚିତ ହୋଇଥାଏ; ଠିକ୍‌ ସେମିତି ରାଜନୀତିରେ ନିର୍ବାଚନରେ ବିଜୟ ଲାଭ ପରେ ସରକାର ଗଠନ କରିବାକୁ ଯାଉଥିବା ଦଳ ସରକାର ଗଠନରୁ ବଞ୍ଚିତ ହୋଇ ଯାଇଥାଏ!’

ସେଥିପାଇଁ କ୍ରିକେଟ ଓ ରାଜନୀତିରେ କେତେବେଳେ କିଛି ବି ଘଟିପାରେ! ହାରୁଥିବା ବାଜି ବି ଶେଷ ମୁହୂର୍ତ୍ତରେ ବିଜୟରେ ପରିଣତ ହୋଇପାରେ ‌ବୋଲି କହିଛନ୍ତି ଶ୍ରୀ ଗଡ଼କରୀ।

ସମ୍ବନ୍ଧିତ ଖବର