ନିଜଠାରୁ ୧୫ ବର୍ଷ ସାନ ଯୁବକଙ୍କୁ ବିବାହ କରିବାକୁ ୫ ମିଲିୟନ୍‌ ୟାନ୍‌ ଯୌତୁକ ଦେଲେ ଚୀନ ମହିଳା

ବେଜିଂ: କଥାରେ ଅଛି ସ୍ନେହ-ପ୍ରେମ କେବେ ଟଙ୍କା ଦ୍ୱାରା କିଣାଯାଇ ପାରେନା। ମାତ୍ର ଏବେ ପ୍ରମାଣ ହୋଇଛି ଯେ ନିଜ ପ୍ରେମକୁ ବିବାହରେ ପରିଣତ କରିବା ପାଇଁ ଟଙ୍କାର ସାହାରା ବି ନିଆଯାଇପାରେ। ଚୀନରେ ଦେଖିବାକୁ ମିଳିଛି ସେଇଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ମହିଳା ତାଙ୍କଠାରୁ ୧୫ ବର୍ଷ ସାନ ପ୍ରେମିକଙ୍କୁ ବିବାହ କରିବା ପାଇଁ ୫ ମିଲିୟନ୍‌ ୟାନ୍‌ ଯୌତୁକ ଦେଇଛନ୍ତି।

ରିପୋର୍ଟ ମୁତାବତ, ଚୀନର ୩୮ ବର୍ଷୀୟା ଏହି ମହିଳା ତାଙ୍କ ପ୍ରେମକୁ ପାଇବା ପାଇଁ ପ୍ରେମିକଙ୍କ ବାପାମାଆଙ୍କୁ ମୋଟାଅଙ୍କର ଯୌତୁକ ଦେଇ ମନେଇ ପାରିଛନ୍ତି। ଯୁବକଙ୍କ ବାପାମାଆ ପ୍ରଥମେ ଏହି ବିବାହକୁ ଅନୁମତି ଦେଇନଥିଲେ। ମାତ୍ର ପରବର୍ତ୍ତି ମୁହୂର୍ତ୍ତରେ ଟଙ୍କା ପାଇବା ପରେ ଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି। ଏହି ବିବାହ ଜାନୁଆରି ୧୦ ତାରିଖରେ ସଂପନ୍ନ ହୋଇଛି। ମହିଳା ଜଣକ କେବଳ ଯେ ତାଙ୍କ ସ୍ୱାମୀଙ୍କଠାରୁ ୧୫ ବର୍ଷ ବଡ଼ ତାହା ନୁହେଁ, ତାଙ୍କର  ଜଣେ ୧୬ ବର୍ଷର ପୁଅ ମଧ୍ୟ ରହିଛି। ଏହି ବିବାହ ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ସମ୍ବନ୍ଧିତ ଖବର