କରୋନା ଟିକା ନେଇ ମୃତ୍ୟୁବରଣ କରିଥିବା ସ୍ବେଚ୍ଛାସେବୀଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ଆନ୍ଧ୍ର ସରକାର

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ କରୋନା ଟିକା ନେବା ପରେ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ମୃତକଙ୍କ ପରିବାରକୁ ଆନ୍ଧ୍ର ସରକାର ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି। ସ୍ବେଚ୍ଛାସେବୀଙ୍କ ନାମ ପି ଲଲିତା ଥିବା ବେଳେ କ୍ଷତିପୂରଣ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟରେ ଜମା କରାଯାଇଛି। ଏହି କ୍ଷତିପୂରଣ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ସରକାରଙ୍କ ମୁଖ୍ୟ ସଚିବ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକଙ୍କୁ ଏକ ଚେକ୍ ପଠାଇ ଏହି ଅର୍ଥ ସ୍ଥାନାନ୍ତର କରିବାକୁ କହିଥିଲେ ବୋଲି ଜଣାପଡ଼ିଛି। ସ୍ବେଚ୍ଛାସେବୀଙ୍କ ସମ୍ପର୍କୀୟ ଶ୍ରୀକାକୁଲମ୍ ଜିଲ୍ଲାର ଆର ବାସୁଦେବ ରାଓଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା କରାଯାଇଛି।

आंध्र प्रदेश में कोरोना वैक्‍सीन लगाने से हुई थी महिला की मौत, सरकार ने दिया 50 लाख का मुआवजा
oneindia

ସୂଚନା ମୁତାବକ, ଦୁଇ ଦିନ ପୂର୍ବେ ଶ୍ରୀକାକୁଲମ ଜିଲ୍ଲାର ପଲାସା ମଣ୍ଡଳର ରେଣ୍ଟିକୋଟା ଗାଁର ବାସିନ୍ଦା ସ୍ୱେଚ୍ଛାସେବୀ ଲଲିତା କରୋନା ଟିକା ନେବା ପରେ ତାଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା। ରବିବାର ଦିନ ଲଲିତା ଅନ୍ୟ ୮ଜଣ ସ୍ୱେଚ୍ଛାସେବୀଙ୍କ ସହ କରୋନା ଟିକା ନେଇଥିଲେ। ୭ଜଣଙ୍କ ପାଖରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିବାବେଳେ ପି ଲଲିତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଘରେ ରହି ଲଳିତା ଔଷଧ ଖାଉଥିଲେ ମଧ୍ୟ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ତାଙ୍କ ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା। ସେ ବିବାହିତ ଥିଲେ ଏବଂ ତାଙ୍କର ଜଣେ ୮ ବର୍ଷର ପୁଅ ମଧ୍ୟ ଥିଲା।

ସମ୍ବନ୍ଧିତ ଖବର