ପଠାନକୋଟରେ ପୂଜା ପରେ ବାୟୁସେନାରେ ସାମିଲ ହେଲା ଆପାଚେ ହେଲିକପ୍ଟର

ପଠାନକୋଟ: ପଣ୍ଡିତ ଆସିଲେ, ପୂଜା କଲେ ଓ ଏହାପରେ ବାୟୁସେନାରେ ସାମିଲ ହୋଇଛି ଆପାଚେ ଏଏଚ୍ ୬୪ ଇ ହେଲିକପ୍ଟର | ବାୟୁସେନା ମୁଖ୍ୟ ବିଏସ ଧନୋଆ ଓ ୱେଷ୍ଟର୍ନ ଏୟାର କମାଣ୍ଡର ଆର ନାମବିଆରଙ୍କ ଉପସ୍ଥିତିରେ ଏହାକୁ ବାୟୁସେନାରେ ସାମିଲ କରାଯାଇଛି | ତେବେ ସାମିଲ କରାଯିବା ପୂର୍ବରୁ ପାଣି ତୋପ ସଲାମି ଦିଆଯାଇଥିଲା |

ଆକାଶପଥରୁ ଆଖି ପିଛୁଳାକେ ଟାର୍ଗେଟକୁ ଧ୍ୱଂସ କରିପାରୁଥିବା ଏହି ହେଲିକପ୍ଟର ଶତ୍ରୁ ଶିବିରରେ ଭୟ ସୃଷ୍ଟି କରିବାକୁ ଯଥେଷ୍ଟ । ଟ୍ୟାଙ୍କ୍, ଗାଡିକୁ ଧ୍ୱଂସ କରିବାରେ ମାହିର ଥିବା ଆପାଚେ ପୂରା ବିଶ୍ୱରେ ବିଧ୍ୱଂସକାରୀ ହେଲିକପ୍ଟର ଭାବେ ଜଣାଶୁଣା ।

ଏହି ହେଲିକପ୍ଟରରେ ୩୦ ଏମଏମ ମେଶିନଗନ ସଂଯୁକ୍ତ ରହିଛି । ଯେଉଁଥିରୁ ଗୋଟିଏ ଥରରେ ୧୨୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଇ ଯାଇପାରିବ । ଏହାଛଡା ଏଥିରେ ଆଣ୍ଟି ଟ୍ୟାଙ୍କ୍ ହେଲଫାୟାର ମିସାଇଲ ରହିଛି ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଥରକେ ନଷ୍ଟ କରିବାକୁ ସକ୍ଷମ ।

ସମ୍ବନ୍ଧିତ ଖବର