ଟୋକିଓ: ଜାପାନର ଜଣେ ସ୍କଲ୍ ଛାତ୍ରୀ ନିଜ ସ୍କୁଲ୍ ବିରୋଧରେ ଅଭିଯୋଗ ଆଣିଛନ୍ତି। ସ୍କୁଲ୍ ପକ୍ଷରୁ ଛାତ୍ରୀ ଜଣଙ୍କୁ ତାଙ୍କ ପ୍ରାକୃତିକ ବାଦାମୀ କେଶକୁ କଳା କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଛାତ୍ରୀ ଜଣକ ଏହି ନିର୍ଦ୍ଦେଶକୁ ବିରୋଧ କରି ଅଭିଯୋଗ କରିଛନ୍ତି। ୧୮ ବର୍ଷୀୟ ଏହି ବାଳିକାଙ୍କ କେଶ ଜନ୍ମରୁ ବାଦାମୀ। ମାତ୍ର ସ୍କୁଲ୍ କର୍ତ୍ତୃପକ୍ଷ ଛାତ୍ରୀ ଜଣକ ତାଙ୍କ କେଶ ରଂଗ କରିଛନ୍ତି ବୋଲି ସନ୍ଦେହ କରି ତାଙ୍କୁ ଅନ୍ୟମାନଙ୍କ ସହ ସମାନ ଦିଶିବା ପାଇଁ କଳା କରିବାରୁ ନିର୍ଦ୍ଦେଶ ଦେଲେ। ଏପରିକି ଛାତ୍ରୀଙ୍କ ମାଆ ଦରଖାସ୍ତ ଜରିଆରେ ଜଣାଇଥିଲେ ଯେ ତାଙ୍କ ଝିଅର କେଶ ମୂଳରୁ ବାଦାମୀ ରଂଗର। ଏ କଥାକୁ କିନ୍ତୁ ଅବିଶ୍ୱାସ କରୁଥିଲେ ସ୍କୁଲ୍ କର୍ତ୍ତୃପକ୍ଷ।
Sambad is now on WhatsApp
Join and get latest news updates delivered to you via WhatsApp
ଯାହା ବି ହେଉ ବାରମ୍ବାର ଦାବି କରାଯିବା ପରେ ଛାତ୍ରୀ ଜଣକ ତାଙ୍କ କେଶ କଳା କରିବାର ନିଷ୍ପତ୍ତି ନେଲେ। ମାତ୍ର ତାଙ୍କ କେଶ ଅତ୍ୟଧିକ କହରା ହୋଇଥିବାରୁ କଳା ରଂଗ କେଶରେ ବିଶେଷ ପ୍ରଭାବ ପକାଇ ପାରିଲା ନାହିଁ। ତାଙ୍କ କେଶ ପୂର୍ବ ପରି ନ ଦିଶିଲେ ବି ସାମାନ୍ୟତମ ଭିନ୍ନତା ଦେଖିବାକୁ ମିଳିଥିଲା। ସ୍କୁଲ୍ ପକ୍ଷରୁ ବାରମ୍ବାର ଚାପ ପକାଯିବାରୁ ଶେଷରେ ବାରମ୍ବାର ରଂଗ କରି କରି ଛାତ୍ରୀଙ୍କ ଖପୁରି ଘା’ ହୋଇଯିବା ପରେ ଏବେ ଛାତ୍ରୀ ଜଣକ କୋର୍ଟରେ ଅଭିଯୋଗ କରିଛନ୍ତି।