ନୂଆଦିଲ୍ଳୀ: ଲୋକାର୍ପିତ ହୋଇଯାଇଛି ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କାଲାମଙ୍କ ନୂଆ ପୁସ୍ତକ ‘ମଡର୍ଣ୍ଣ ସାଉଥ୍ ଇଣ୍ଡିଆ: ଏ ହିଷ୍ଟ୍ରି ଫ୍ରମ ଦ ସେଭେଣ୍ଟିନ୍ଥ ସେଞ୍ଚୁରି ଟୁ ଆଓ୍ଵାର୍ ଟାଇମ୍ସ’। ପୁସ୍ତକଟି ପ୍ରକାଶ ପାଇବା ପରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିବାକୁ ମିଳିଛି। ପୁସ୍ତକରେ ପ୍ରକାଶ ପାଇଥିବା ତଥ୍ୟ ମୁତାବକ ୨୦୧୨ ମସିହାରେ ଯଦି କଂଗ୍ରେସ ଓ ତା’ର ସହଯୋଗୀ ଦଳମାନଙ୍କ ସମର୍ଥନ ମିଳିଥାନ୍ତା ତେବେ କାଲାମ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରର ପ୍ରଥମ ନାଗରିକ ହୋଇ ପାରିଥାନ୍ତେ। କଂଗ୍ରେସର ସମର୍ଥନ ନ ମିଳିବାରୁ ସେ ରାଷ୍ଟ୍ରପତି ପ୍ରାର୍ଥୀତ୍ବରୁ ଓହରି ଯାଇଥିଲେ।
ଐତିହାସିକ ରାଜମୋହନ ଗାନ୍ଧୀ ପୁସ୍ତକଟିରେ ଉଲ୍ଲେଖ କରିଛନ୍ତି କି କାଲାମଙ୍କ ନିକଟରେ ଭାଜପା ଓ ତୃଣମୂଳ କଂଗ୍ରେସର ସମର୍ଥନ ଥିଲା। ମାତ୍ର କଂଗ୍ରେସ ଏବଂ ତା’ର ସହଯୋଗୀ ଦଳର ସମର୍ଥନ ନ ଥିଲା। ଫଳରେ କାଲାମ ରାଷ୍ଟ୍ରପତି ଦୌଡ଼ରୁ ବାହାରକୁ ଯିବାକୁ ବାଧ୍ୟ ହୋଇଥିଲେ। ୨୦୦୨ ମସିହା ଜୁଲାଇ ୨୫ ତାରିଖରୁ ୨୦୦୭ ମସିହା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ କାଲାମଙ୍କ ୫ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଦେବୀସିଂହ ପାଟିଲ୍ ୨୫ ଜୁଲାଇ ୨୦୦୭ରୁ ୨୫ ଜୁଲାଇ ୨୦୧୨ ପର୍ଯ୍ୟନ୍ତ ରାଷ୍ଟ୍ର ଭାର ଗ୍ରହଣ କରିଥିଲେ। ତାଙ୍କ ପରେ ୨୦୧୨ ମସିହା ୨୫ରୁ ୨୦୧୭ ମସିହା ୨୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ।
/sambad/media/post_attachments/wp-content/uploads/2018/12/download-5-10.jpg)
ପୁସ୍ତକରେ ଲେଖାଯାଇଛି ଯେ ୨୦୦୭ ମସିହାରେ କାଲାମଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ତାଙ୍କର ଭାରତୀୟ ଶାସ୍ତ୍ରୀୟ ସଂସ୍କୃତି ପ୍ରତି ଉତ୍ସାହ, କିଛି ହିନ୍ଦୁ ଧର୍ମୀ ନେତାଙ୍କୁ ତାଙ୍କର ଉଦାର ପ୍ରଶଂସା ଏବଂ ପୂର୍ବରୁ ଦେଶ ରକ୍ଷା ପାଇଁ ତାଙ୍କର ପ୍ରତିରକ୍ଷା ବିଭାଗରେ କାମ କରିବା କାଲାମଙ୍କୁ ହିନ୍ଦୁମାନଙ୍କର ପ୍ରଥମ ପ୍ରିୟ ମୁସ୍ଲମାନ ଭାବେ ପରିଚୟ ପ୍ରଦାନ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/facts-about-Kalam.jpg)