‘ଅଲ୍‌ପନା’ ପକ୍ଷରୁ ଦିଲ୍ଲୀରେ ଓଡ଼ିଶୀ ନୃତ୍ୟ ପରିବେଷଣ

ନୂଆଦିଲ୍ଲୀ : ‘ଅଲ୍‌ପନା’ (ଆସୋସିଏସନ୍‌ ଅଫ୍‌ ଲର୍ଣ୍ଣିଂ ପର୍‌ଫର୍‌ମିଂ ଆର୍ଟସ୍‌ ଆଣ୍ଡ ନୋର୍‌ମେଟିଭ୍‌) ପକ୍ଷରୁ ବୁଧବାର ଦିନ ଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରର ମଲ୍ଟି ପର୍ପୋଜ୍ ଅଡିଟୋରିୟମ୍‌ଠାରେ ‘ନୃତ୍ୟାଞ୍ଜଳି-୨୦୧୯ ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶୀ ଗୁରୁ ଅଲ୍ପନା ନାୟକ ଦ୍ବାରା ପ୍ରଶିକ୍ଷିତ ଆକାଂକ୍ଷା ଶତପଥୀ, ଅନୁଷ୍କା ଅଗ୍ରଵାଲ ଓ ଦିଶା କନ୍ନନ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଆକାଂକ୍ଷା ଶତପଥୀଙ୍କ ଦ୍ବାରା ବାତୁ ଓ କବି ଉପେନ୍ଦ୍ର ଭଞ୍ଜଙ୍କ ଦ୍ବାରା ଲିଖିତ ମଲି ମାଳ ଶ୍ୟାମକୁ ଦେବି ଶୀର୍ଷକ ଉପରେ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଅନୁଷ୍କା ଅଗ୍ରଵାଲଙ୍କ ଦ୍ବାରା ଶଙ୍କରାବରଣ ପଲ୍ଲବି ତଥା ଗୀତଗୋବିନ୍ଧର ଶ୍ରୀତ କମଳ କୁଚମଣ୍ଡଳ ନୃତ୍ୟ ପରିବେଷଣ କରାଯାଇଥିଲା। ଦିଶା କାନ୍ନନଙ୍କ ଦ୍ବାର ନବଦୁର୍ଗା ନୃତ୍ୟ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମକୁ ପ୍ରସାର ଭାରତୀର ପୂର୍ବତନ ସିଇଓ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ। ବିଏସ୍ଏଫ୍‌ର ଅତିରିକ୍ତ ଡିଜିପି ମୁକୁନ୍ଦ ଗୋଏଲ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟ ପ୍ରଚାର ଓ ପ୍ରସାର ପାଇଁ ନୃତ୍ୟ ଗୁରୁ ଅଲ୍ପନା ନାୟକଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରାଯାଇଥିଲା।

ସମ୍ବନ୍ଧିତ ଖବର