ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମି ପାର୍ଟିର ପ୍ରାର୍ଥୀ ଘୋଷଣା, ନୂଆଦିଲ୍ଲୀରୁ ଲଢ଼ିବେ କେଜରିଓ୍ଵାଲ୍‌

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି (ଆପ୍) ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ନୂଆଦିଲ୍ଲୀ ଆସନରୁ ଲଢିବେ । ଦଳ ପକ୍ଷରୁ ମୋଟ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଅତିସି କାଲକାଜି ଆସନରୁ ଲଢିବେ । ମନିଷ ସିସୋଦିଆ ପତପାରଗଞ୍ଜ, ବିନୟ ମିଶ୍ର ଦ୍ୱାରିକା, ଅମାନାତୁଲ୍ଲା ଖାଁ ଓଖଲା ରୁ ଲଢିବେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବ୍ରୁଆରି ୮ ତାରଖ ଦିନ ଭୋଟ ଗ୍ରହଣ କରାଯିବ ଓ ଫେବ୍ରୁଆରି ୧୧ରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର