ସୁପ୍ରିମ୍‌ କୋର୍ଟରେ ଆପ୍‌ ସରକାରକୁ ଝଟ୍‌କା

୨ ନଗର ନିଗମକୁ ପାଣ୍ଠି ଯୋଗାଇବାକୁ ବାଧ୍ୟ

ନୂଆଦିଲ୍ଲୀ : ଦିଲ୍ଲୀର ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ସରକାରକୁ ଆଜି ସୁପ୍ରିମ୍‌ କୋର୍ଟ ବଡ଼ ଝଟ୍‌୍‌କା ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ବିଜେପି ସଂଚାଳିତ ୨ଟି ନଗର ନିଗମକୁ ପାଣ୍ଠି ମଂଜୁର କରିବା ନିମନ୍ତେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆପ୍‌ ସରକାର ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ। ତେବେ କୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗି ପାରିବ ନାହିଁ ବୋଲି କହିଛନ୍ତି। ହାଇକୋର୍ଟ ଆଦେଶରେ ପୂର୍ବ ଏବଂ ଉତ୍ତର ଦିଲ୍ଲୀ ନଗର ନିଗମ ପାଇଁ ପାଣ୍ଠି ମଂଜୁର କରିବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର