ନୂଆଦିଲ୍ଲୀ : ଆମ୍ ଆଦ୍‌ମୀ ପାର୍ଟି (ଆପ୍) ନେତା ତଥା ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂହ ବୁଧବାର ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ମାନହାନି ନୋଟିସକୁ ଚିରିଦେଇ ‘ଚୋର ଓ ଦୁର୍ନୀତିଗ୍ରସ୍ତଙ୍କୁ ଆମେ ଭୟ କରୁନୁ’ ବୋଲି ମନ୍ତବ୍ୟ କରିଛନ୍ତି।

Advertisment

ଖଦୀ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହ ଉପରାଜ୍ୟପାଳଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିବାରୁ ଏହା ବିରୋଧରେ ସେ ମାନହାନି ମାମଲା କରିବା ପାଇଁ ନୋଟିସ ପଠାଇଥିଲେ। ଏହା ଉପରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଂହ କହିଲେ- ‘‘ମୁଁ ଚୋର ଓ ଦୁର୍ନୀତିଗ୍ରସ୍ତ ପଠାଇଥିବା କୌଣସି ନୋଟିସକୁ ଡରେ ନାହିଁ। ଦେଖ ଏହି ନୋଟିସକୁ ମୁଁ ଦଶ ଟୁକୁଡ଼ା କରି ଚିରି ଫୋପାଡ଼ିଦେଉଛି। ଯଦି କିଏ ଭାବୁଥାଏ ଦୁର୍ନୀତି କରିବ, ଲୁଟିବ ଆଉ ଏଭଳି ନୋଟିସ ଆଢ଼ୁଆଳରେ ନିଜ ଅପରାଧକୁ ଲୁଚାଇବ ତେବେ ତାହା ଅସମ୍ଭବ।’ ସେ ପୁଣି କହିଥିଲେ ଯେ ଭାରତର ସମ୍ବିଧାନ ତାଙ୍କୁ ସତ କହିବାର ଅଧିକାର ଦେଇଛି। ଜଣେ ରାଜ୍ୟସଭା ଏମ୍‌ପି ଭାବେ ତାଙ୍କର ସତ କହିବାର ଅଧିକାର ଅଛି। ସତ କହିବାକୁ ଯାଇ ସେ ଏ ଚୋରଙ୍କ ନୋଟିସକୁ ଡରିବେ କାହିଁକି?

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଉପରାଜ୍ୟପାଳ ସାକ୍ସେନା ଆଦେଶ ଦେବା ପରେ ଆପ୍ ଆକ୍ରମଣର ଶରବ୍ୟ ହୋଇଛନ୍ତି।