ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ପୁଣିଥରେ ତୀବ୍ର ହୋଇଛି। ଏଲ୍ଜି ଭି.କେ. ସକ୍ସେନା ଆଜି ଦିଲ୍ଲୀ ବିଦ୍ୟୁତ ବୋର୍ଡରୁ ଦୁଇ ଜଣ ଆପ୍ ସଦସ୍ୟଙ୍କୁ ହଟାଇ ଦେଇଛନ୍ତି। ସେମାନଙ୍କ ସ୍ଥାନରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ମନୋନୀତ କରାଯାଇଛି। ଏଲ୍ଜିଙ୍କ ଏହି ପଦକ୍ଷେପକୁ ଆପ୍ କଡ଼ା ବିରୋଧ କରିଛି।
ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି, ଏଭଳି ପଦକ୍ଷେପ ନେବାର ଅଧିକାର ଏଲ୍ଜିଙ୍କର ନାହିଁ। ସେ ତାଙ୍କ କ୍ଷମତା ବାହାରକୁ ଯାଇ କାମ କରିଥିବାରୁ ଆମେ ଏହାକୁ କଦାପି ଗ୍ରହଣ କରିପାରିବୁ ନାହିଁ ବୋଲି ସେ କହିଛନ୍ତି। ଯେଉଁ ଦୁଇ ଜଣ ଆପ୍ ନେତାଙ୍କୁ ବୋର୍ଡରୁ ହଟାଯାଇଛି ସେମାନେ ଘରୋଇ କମ୍ପାନି ସହ ସଲାସୁତରା କରି ବେଆଇନ ଫାଇଦା ଉଠାଉଥିବା ଅଭିଯୋଗ ହୋଇଥିଲା। ଏଲ୍ଜିଙ୍କ ଏହି ପଦକ୍ଷେପ ବିରୋଧରେ ପରବର୍ତ୍ତୀ ରଣନୀତି ସ୍ଥିର କରିବାକୁ ଆପ୍ ନେତାଙ୍କ ମନ୍ଥନ ଆରମ୍ଭ ହୋଇଯାଇଛି