ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନୂଆ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି ଏବଂ ଆଜି ହିନ୍ଦୀ ଓ ଇଂରାଜୀ ଭାଷାରେ ନିମନ୍ତ୍ରଣପତ୍ର ମଧ୍ୟ ଜାରି ହୋଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟନକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି। ସେମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍ଘାଟନ କରିବା ଉଚିତ। ଇତିମଧ୍ୟରେ କେତେକ ବିରୋଧୀ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆପ୍, ଟିଏମ୍ସି ଓ ସିପିଆଇ ଉଦ୍ଘାଟନ କାର୍ଯ୍ୟକ୍ରମ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି। ତେବେ ଅନ୍ୟ ଦଳଗୁଡ଼ିକ ପାଖରେ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପହଞ୍ଚିବା ପରେ ହିଁ ସେମାନେ ଏସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଟିଏମ୍ସି ନେତା ଡେରେକ୍ ଓବ୍ରାଏନ କହିଛନ୍ତି ଯେ ଟିଏମ୍ସି ସଂସଦ ଭବନ ଉଦ୍ଘାଟନ ବର୍ଜନ କରିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp