ନୂଆଦିଲ୍ଲୀ: ଫନି ବାତ୍ୟା ହେତୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷତି ପୂରଣ ପାଇଁ ବର୍ଷ ବର୍ଷ ଲାଗିଯିବ। ତେବେ ରାଜ୍ୟେର ପୁନର୍ଗଠନ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଚାହିବାପରେ ସବୁଆଡ଼ୁ ଏବେ ସାହାଯ୍ୟର ହାତ ବଢ଼ିଛି। ଫନି ମୁକାବିଲା ପାଇଁ ବିଦେଶରୁ ଏବେ ଓଡ଼ିଶାକୁ ସହାୟତା ଦେବାପାଇଁ ଇଚ୍ଛା ପ୍ରକାଶ ପାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ବିଦେଶୀ ସଂସ୍ଥା ଓ ବ୍ୟକ୍ତିବିଶେଷ ମାନେ ଅର୍ଥ ପଠାଇବା ପାଇଁ ତତ୍ପରତା ପ୍ରକାଶ କରିଥିବା ଜଣାପଡ଼ିଛି। ବିଦେଶରୁ ବାତ୍ୟା ସହାୟତା ପାଣ୍ଠି ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟଙ୍କ ନିକଟରେ ଫରେନ୍ କଣ୍ଟ୍ରିବୁସନ ରେଗୁଲେସନ ଆକ୍ଟ (ଏଫସିଆରଏ)-୨୦୧୦ ମଞ୍ଜୁରି ପାଇଁ ଆବେଦନ କରାଯାଇଥିବା ଆବାସିକ କମିସନର ସଞ୍ଜିବ ମିଶ୍ର ସୂଚନା ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହିତ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏଫ୍ସିଆର୍ଏ ମଞ୍ଜୁରି ମିଳିବା ପାଇଁ ଅତି କମ୍ରେ ଦୁଇ ମାସ ସମୟ ଲାଗୁଥିବା ବେଳେ ଫନି ବାତ୍ୟା ବିଭିଷିକାର ପ୍ରଭାବ ଦୃଷ୍ଟିରୁ ଦୁଇ-ତିନି ଦିନ ଭିତରେ ଏଥିପାଇଁ ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି। ଏଫସିଆରଏ ମଞ୍ଜୁରି ମିଳିବା ପରେ ବିଦେଶରୁ ନିୟମ ମୁତାବକ ବାତ୍ୟା ସହାୟତା ପାଣ୍ଠି ମିଳିପାରିବ।
‘ଫନି’ ପାଇଁ ବିଦେଶରୁ ଆର୍ଥିକ ସହାୟତା ପ୍ରସଙ୍ଗ
ଏଫ୍ସିଆର୍ଏ ମଞ୍ଜୁରି ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଆବେଦନ କଲେ ରାଜ୍ୟ ସରକାର
/sambad/media/post_attachments/wp-content/uploads/2019/05/VBK-FANI-BHUBANESWAR-REUTERS-NOARCHIVES-MAY4-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)