‘ମୁଁ ସଦଗୁରୁଙ୍କ ବଡଭକ୍ତ, ମୃତ୍ତିକା ସଂରକ୍ଷଣ ଅଭିଯାନରେ ସଦଗୁରୁଙ୍କୁ ସମର୍ଥନ କରନ୍ତୁ’: ଏବି ଡିଭିଲିୟର୍ସ

ନୂଆଦିଲ୍ଲୀ: ଧର୍ମଗୁରୁ ଓ ପରିବେଶବିତ୍ ସଦଗୁରୁ ଜଗି ବାସୁଦେବ ଲଣ୍ଡନରୁ ମୃତ୍ତିକା ବଞ୍ଚାଅ ଅଭିଯାନ (ସେଭ୍ ଟୁ ସଏଲ୍)ର ଆରମ୍ଭ କରିଛନ୍ତି। ସେ ଏଥିପାଇଁ ୧୦୦ ଦିନର ମୋଟରସାଇକେଲ ଯାତ୍ରାରେ ବାହାରିଛନ୍ତି। ଯାତ୍ରା କାଳରେ ସଦଗୁରୁ ୨୬ଟି ଦେଶ ଓ ୩୦ ହଜାର କିଲୋମିଟର ପଥ ଅତିକ୍ରମ କରିବେ।

ଦକ୍ଷିଣ ଆଫ୍ରିକାର ପୂର୍ବତନ ବିସ୍ଫୋରକ ବ୍ୟାଟର୍ ଏବି ଡିଭିଲିୟର୍ସ ସଦଗୁରୁଙ୍କ ଏହି ଅଭିଯାନକୁ ସମର୍ଥନ କରୁଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି, ଆପଣମାନେ ଜାଣିଛନ୍ତି ଯେ ମୁଁ ସଦଗୁରୁଙ୍କ ଜଣେ ବଡ ଭକ୍ତ। ପୁଣି ଥରେ ସେ ଆମ ପୃଥିବୀକୁ ବଞ୍ଚାଇବା ପାଇଁ ବଡ ପଦକ୍ଷେପ ନେଉଛନ୍ତି। ସେ ଆମ ମାଟିକୁ ବଞ୍ଚାଇବା ପାଇଁ ମୋଟରସାଇକେଲରେ ୨୬ଟି ଦେଶକୁ ଯାତ୍ରା କରୁଛନ୍ତି। ଦୟାକରି ଏହି ମହାନ ଲୋକଙ୍କୁ ସମର୍ଥନ କରନ୍ତୁ।

Image Courtesy: Dainik Bhaskar

ଉଲ୍ଲେଖନୀୟ, ସଦଗୁରୁ ମୃତ୍ତିକା ସଂରକ୍ଷଣ ନ ହେଲେ ଉତ୍ପନ୍ନ ହେଉଥିବା ବିପଦ ବିଷୟରେ ବିଶ୍ବବାସୀଙ୍କୁ ସଚେତନ କରାଉଛନ୍ତି। ସୋମବାର ଦିନ ଲଣ୍ଡନର ପାର୍ଲାମେଣ୍ଟ ସ୍କୋୟାରରୁ ତାଙ୍କ ଅଭିଯାନର ଆରମ୍ଭ ହୋଇଛି। ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କାବେରୀ ନଦୀ ପାର୍ଶ୍ଵରେ ଏହି ଅଭିଯାନ ଶେଷ ହେବ।

୨୦୨୦ରେ ଏବି ଡିଭିଲିୟର୍ସ ଟ୍ଵିଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ସଦଗୁରୁଙ୍କୁ ପଚାରିଥିଲେ, ତାଙ୍କୁ ଲଟେରିରେ କେଉଁ ନମ୍ବର ନେବା ଉଚିତ ଯାହାଦ୍ଵାରା ସେ ଲଟେରି ଜିତି ପାରିବେ। ଏହି ପ୍ରଶ୍ନର ଉତ୍ତରରେ ସଦଗୁରୁ କହିଥିଲେ, ମୁଁ ଆପଣଙ୍କୁ ଲକି ନମ୍ବର (ସୌଭାଗ୍ୟର ନମ୍ବର) ଦେଇପାରିବି କିନ୍ତୁ ମୁଁ ଏହା କହିବି ଯେ ଆପଣ ପଡିଆରେ ଚୌକା-ଛକା ମାରିବା ଜାରି ରଖନ୍ତୁ। ଆପଣଙ୍କ ଲଟେରି ସ୍ଵତଃ ଲାଗିଯିବ।

ସମ୍ବନ୍ଧିତ ଖବର