ନୂଆଦିଲ୍ଲୀ: ଆପଲ୍ ପକ୍ଷରୁ ଡେଭେଲପର ସମ୍ମିଳନୀରେ ଲିକ୍ବିଡ୍ ଗ୍ଲାସ୍ ଡିଜାଇନ୍ ଥିବା ଆଇଓଏସ୍ ୨୬ ଉନ୍ମୋଚନ କରାଯାଇଛି। ଏହା ଫୋନ୍ ବ୍ୟବହାର ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଆଶା କରାଯାଉଛି। ଆପଲ୍ ସିଇଓ ଟିମ୍ କୁକ୍ ଏହି ଅପରେଟିଂ ସିଷ୍ଟମକୁ ଉନ୍ମୋଚନ କରିଛନ୍ତି। ଏହା ଆଇଫୋନ୍, ଆଇପ୍ୟାଡ୍ ଓ ମ୍ୟାକ୍ ଆଦି ବିଭିନ୍ନ ଡିଭାଇସ୍ରେ ଉପଲବ୍ଧ ହେବ। ଏହା ଜରିଆରେ କମ୍ପାନି ପୁଣି ଥରେ ମୋବାଇଲ୍ ୟୁଜର୍ ଇଣ୍ଟରଫେସ୍ରେ ପରିବର୍ତ୍ତନ ଆଣିବାକୁ ଚାହୁଛି।
କମ୍ପାନି ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଶକ୍ତି ଥିବା କେତେକ ସୁବିଧାସୁଯୋଗ ଆରମ୍ଭ କରାଯାଇଛି। ବିଶେଷ କରି ଛବି ପ୍ରସ୍ତୁତିରେ ତାହା ସହାୟକ ହେବ। ଆପଲ୍ ଇଣ୍ଟେଲିଜେଣ୍ଟକୁ ମଧ୍ୟ କମ୍ପାନି ଉନ୍ନତ କରିଛି ଯେଉଁଥିରେ ସିଧାସଳଖ ଅନୁବାଦ, ଭିଜୁଆଲ ଇଣ୍ଟେଲିଜେନ୍ସ ଓ ଆହୁରି ଅନେକ ଟୁଲ୍ ରହିଛି। ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଏଆଇକୁ ନେଇ କଡ଼ା ପ୍ରତିଯୋଗିତା ସାମ୍ନା କରୁଥିବା ଆପଲ୍ ପାଇଁ କିଛି ନୂଆ ଦେଖାଇବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲା।
ଆପଲ୍ ଆଣିଲା ଲିକ୍ବିଡ୍ ଗ୍ଲାସ୍ ଡିଜାଇନ୍ ସହ ଆଇଓଏସ୍ ୨୬
ଆପଲ୍ ପକ୍ଷରୁ ଡେଭେଲପର ସମ୍ମିଳନୀରେ ଲିକ୍ବିଡ୍ ଗ୍ଲାସ୍ ଡିଜାଇନ୍ ଥିବା ଆଇଓଏସ୍ ୨୬ ଉନ୍ମୋଚନ କରାଯାଇଛି। ଏହା ଫୋନ୍ ବ୍ୟବହାର ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଆଶା କରାଯାଉଛି। ଆପଲ୍ ସିଇଓ...
/sambad/media/media_files/2025/06/10/mL4mMVmtZISWm1LvJ1ns.jpg)