ନୂଆଦିଲ୍ଲୀ: ସରିଲା ଅପେକ୍ଷା, ଲଞ୍ଚ ହେଲା ଆଇଫୋନ୍-୧୭ । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଯେତେବେଳେ ଆଇଫୋନ୍-୧୭ ଲଞ୍ଚ ହୋଇଛି ଆଉ ଭାରତରେ ଏହାର ପ୍ରଥମ ବିକ୍ରି ଆରମ୍ଭ ହୋଇଛି ଠିକ୍ ସେତେବେଳେ ଭାରତରେ ଦେଖିବାକୁ ମିଳିଛି ଉତ୍ସାହ । ଆଇଫୋନ ପ୍ରେମରେ ପଡିଥିବା ଯୁବପିଢିଙ୍କ ଭିତରେ ମୋବାଇଲକୁ ନେଇ ଏତେ କ୍ରେଜ ଦେଖିବାକୁ ମିଳିଥଛି କି ସେମାନେ ଆଇଫୋନ୍-୧୭ କିଣିବାକୁ ଗତ ରାତିରୁ ମଲ ଆଗରେ ଲମ୍ବା ଲାଇନ ଲଗାଇ ଥିବା ଦେଖିବାକୁ ମିଳିଛି ।
#WATCH | Maharashtra: A large number of people throng the Apple store in Mumbai's BKC as the company begins its iPhone 17 series sale in India from today pic.twitter.com/f6DOcZC5Yk
— ANI (@ANI) September 19, 2025
ଦିଲ୍ଲୀ ଏବଂ ମୁମ୍ବାଇ ମଲରେ ଏଭଳି ଲମ୍ବା ଧାଡ଼ି ଗତ ରାତିରୁ ଦେଖିବାକୁ ମିଳିଥିବା ବେଳେ ଏଥିରୁ ହିଁ ଅନୁମାନ କରି ହେଉଛି କି ଯୁବପିଢିଙ୍କ ମଧ୍ଯରେ ଆଇଫୋନ୍-୧୭କୁ ନେଇ କେତେ ଆଗ୍ରହ ରହିଛି ।
#WATCH | Long queues seen outside the Apple store in Mumbai's BKC
— ANI (@ANI) September 19, 2025
Apple started its iPhone 17 series sale in India today. pic.twitter.com/FjXVA8x8sy
ଦିଲ୍ଲୀରେ ମଲ ଆଗରେ ଲୋକେ ଗତ ରାତି ୧୨ଟାରୁ ଆଇଫୋନ୍-୧୭ କିଣିବାକୁ ଲମ୍ବାଧାଡି ଲଗାଇଥିବା ବେଳେ ମୁମ୍ବାଇରେ ବି ଗତ ସଂଧ୍ଯା ୭ଟାରୁ ଲୋକ ସୋରୁମ ସାମ୍ନାରେ ଛିଡା ହୋଇଛନ୍ତି । ବ୍ୟାଗ ଧରି, ଖାଇବା ପିଇବା ଧରି ଘଣ୍ଟା ଘଣ୍ଟା ଉକ୍ତ ସ୍ଥାନରେ ଅପେକ୍ଷା କରି ରହିଥିବା ବେଳେ ଆଜି ସକାଳେ ସକାଳେ ସୋରୁମ ଖୋଲିବା ପରେ ଆଇଫୋନ୍-୧୭ କିଣିବା ପାଇଁ ଲୋକ ଉତ୍ସାହର ସହ ସୋରୁମ ଭିତରକୁ ପ୍ରବେଶ କରୁଛନ୍ତି । ଆଉ ହାତରେ ଆଇଫୋନ୍-୧୭ ଧରି ବାହାରକୁ ଆସୁଛନ୍ତି ।
#WATCH | Long queues seen outside the Apple store in Delhi's Saket
— ANI (@ANI) September 19, 2025
Apple started its iPhone 17 series sale in India today. pic.twitter.com/mjxZAFheWC
ତେବେ ନୂଆ ଲଞ୍ଚ ହୋଇଥିବା ଆଇଫୋନ୍-୧୭ରେ ଭିନ୍ନ ଭିନ୍ନ ଫିଚର ଥିବା ଗ୍ରାହକ କହିଛନ୍ତି । ବ୍ୟାଟେରୀ ଏବଂ କ୍ୟାମେରାରେ ପୂର୍ବ ଭର୍ସନ ଠାରୁ ଅନେକ ଫରକ ଥିବା କହିଛନ୍ତି ।
#WATCH | Maharashtra: Apple begins its iPhone 17 series sale in India; a large number of people throng the company's store in Mumbai's BKC pic.twitter.com/8XXm0lk445
— ANI (@ANI) September 19, 2025
ସବୁଠାରୁ ବଡ଼ କଥା ହେଉ ଆଇଫୋନ୍-୧୭ ନେବାକୁ ୬ ମାସ ହେଲା ଲୋକେ ଅପେକ୍ଷା କରିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ଦିଲ୍ଲୀ – ମୁମ୍ବାଇରେ ଥିବା ଷ୍ଟୋରକୁ ଲୋକେ ଆସିଛନ୍ତି । କେହି କେହି ଗୁଜୁରାଟରୁ ଆସିଥିବା ବି କହିଛନ୍ତି ।
#WATCH | Mumbai | A customer, Irfan, says, "I've come to buy the orange iPhone 17 PRO Max. I've been waiting since 8 pm.... This time, there are changes to the camera and battery, and the look is also different..." https://t.co/NnweXyMyKNpic.twitter.com/W31cqcXcbA
— ANI (@ANI) September 19, 2025