ନୂଆଦିଲ୍ଲୀ: ତୁର୍କୀକୁ ମିଳିବନି ତ୍ରାହି... ଯେମିତି କର୍ମକୁ ସେମିତି ମିଳିବ ଫଳ । ତୁର୍କୀକୁ ମହଙ୍ଗା ପଡିବାରେ ଲାଗିଛି ପାକିସ୍ତାନ ପ୍ରେମ । ପାକିସ୍ତାନ ସହ ମିଶି ଭାରତ ଉପରେ ଆକ୍ରମଣ କରିବାକୁ ତୁର୍କୀ ଯେଉଁ ସାହାଯ୍ୟ କରିଥିଲା ତାର ଜବାବ ଦେଉଛି ଭାରତ । ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭାରତ ଉପରେ ଡ୍ରୋନ ହମଲା କରିବାକୁ ୪୦୦ ଡ୍ରୋନ୍ ପଠାଇଥିଲା ତୁର୍କୀ । ଖାଲି ଡ୍ରୋନ୍ ସାହାଯ୍ୟ କରିନଥିଲା ବରଂ ତୁର୍କୀର ଡ୍ରୋନ୍ ଅପରେଟର ବି ପାକିସ୍ତାନରେ ରହି ଭାରତ ଉପରେ ହମଲା ପାଇଁ ସୀମା ପାର ପରିଚାଳନା କରୁଥିଲେ । ଯାହା ପ୍ରମାଣିତ ହେବା ପରେ ଏବେ ତୁର୍କୀ ଉପରେ ଆକ୍ସନ ନେବାକୁ ଭାରତ ଅଣ୍ଟା ଭିଡ଼ିଛି ।

Advertisment

କୂଟନୈତିକ ସ୍ତରରେ ତ ସରକାର ତୁର୍କୀ ଉପରେ ଆକ୍ସନ ନେବେ ହେଲେ ବୈବସାୟିକ କ୍ଷେତ୍ରରେ ଏବେ ବଡ଼ ପ୍ରହାର ଦେଇ ତୁର୍କୀର ଅଣ୍ଟା ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ଭାରତୀୟ ବ୍ୟବସାୟୀ । ତୁର୍କୀରୁ ଆସୁଥିବା ସବୁ ଫଳକୁ ଭାରତ ବଜାର୍ ବ୍ୟାନ୍ କରିବା ଆରମ୍ଭ କରିଛି । ଦୁଇ ତିନି ଦିନ ହେବ ଭାରତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ବ୍ୟବସାୟୀ ତୁର୍କୀ ଫଳକୁ ବ୍ୟାନ୍ କରିଛନ୍ତି ।

ରାଜସ୍ଥାନ ଆଜମେରର ଫଳ ବ୍ୟବସାୟୀ ଅର୍ଜୁନ କହିଛନ୍ତି ଆମେ ତୁର୍କୀରୁ ଆସୁଥିବା ସେଓ ଏବଂ କ୍ୟୁଇକୁ ବ୍ୟାନ୍ କରିଛୁ । ଆଗାମୀ ଦିନରେ ତୁର୍କୀରୁ ଆସୁଥିବା ସବୁ ଫଳ ଉପରେ ରୋକ୍ ଲଗାଇବୁ । ବଜାରକୁ ପ୍ରବେଶ କରିବାକୁ ଦେବୁନି । ପାକିସ୍ତାନ ସହ ମିଶି ତୁର୍କୀ ଯେମିତି ଭାରତ ବିରୋଧରେ ଲାଗିଛି ତାକୁ ଆମେ ପାନେ ଦେବୁ ବୋଲି ସେ କହିଛନ୍ତି ।

ସେପଟେ ଗତକାଲି ଓଡ଼ିଶାର ଭଦ୍ରକ ସମେତ ଦେଶର ବିଭିନ୍ନ ସ୍ଥାନରେ ତୁର୍କୀ ଫଳ ଉପରେ ରୋକ ଲଗାଇବାର ଚିତ୍ର ଆସିଥିବା ବେଳେ ଦିଲ୍ଲୀରେ ଗତକାଲି ତୁର୍କୀ ଦୂତାବାସ ଅଭିମୁଖେ ଯାତ୍ରା କକି ବିରୋଧ ପ୍ରଦର୍ଶନ କରାଯାଇଛି । ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଏହି ପ୍ରତିବାଦ କରାଯାଇଥିବା ବେଳେ ତୁର୍କୀ ପତାକାକୁ ଚିରା ଯାଇଛି ।