‘ଭବିଷ୍ୟତର ୭୫ ସୃଜନଶୀଳ ମସ୍ତିଷ୍କ’ ନିମନ୍ତେ ଆବେଦନପତ୍ର, ଆମନ୍ତ୍ରଣ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ‘କ୍ରିଏଟିଭ୍ ମାଇଣ୍ଡସ ଅଫ୍ ଟୁମୋରୋ’ (ଭବିଷ୍ୟତର ୭୫ ସୃଜନଶୀଳ ମସ୍ତିଷ୍କ) ନିମନ୍ତେ ଆବେଦନ ଆହ୍ବାନ କରିଛି। ଫିଲ୍ମ ନିର୍ମାଣର ବିଭିନ୍ନ ଦିଗ ସହିତ ଜଡିତ ଯୁବ ସୃଜନଶୀଳ ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଗୋଆରେ ଆୟୋଜିତ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଏକ ବାର୍ଷିକ ମଂଚ।

ଏହି ପଦକ୍ଷେପ ଏବେ ଦ୍ୱିତୀୟ ବର୍ଷରେ ପାଦ ଦେଇଛି। ଏହା ‘ଆଜାଦୀର ଅମୃତ ମହୋତ୍ସବ’ ପାଳନର ଏକ ଅଂଶ ବିଶେଷ ଭାବରେ ଭାରତର ସ୍ୱାଧୀନତାର ୭୫ତମ ବର୍ଷକୁ ଚିହ୍ନିତ କରିବା ନିମନ୍ତେ ୨୦୨୧ରେ ଆରମ୍ଭ କରା ଯାଇଥିଲା। ମାନ୍ୟତାପ୍ରାପ୍ତ ଫିଲ୍ମନିର୍ମାତାଙ୍କ ସଂଖ୍ୟା ଭାରତୀୟ ସ୍ୱାଧୀନତା ବର୍ଷର ପ୍ରତୀକ। ଏହା ଆଶା କରାଯାଉଛି ଯେ, ଆସନ୍ତା ବର୍ଷମାନଙ୍କରେ ପ୍ରୟାସର ଭାବନାକୁ ଜୀବିତ ରଖିବା ନିମନ୍ତେ କ୍ରିଏଟିଭ୍ ମାଇଣ୍ଡସ୍ (ସୃଜନଶୀଳ ମସ୍ତିଷ୍କ)ରେ ଅଂଶ ଗ୍ରହଣ କରିଥିବା ଯୁବକଙ୍କର ସଂଖ୍ୟା ଜଣେ ଜଣେ କରି ବୃଦ୍ଧି ପାଇବ।

ଭାରତର ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବର ୫୩ତମ ସଂସ୍କରଣ ପୂର୍ବରୁ ଜାତୀୟ ଫିଲ୍ମ ବିକାଶ ନିଗମ ତତ୍ତ୍ବାବଧାନରେ ଜଣେ ପ୍ରତିଷ୍ଠିତ ଜୁରୀଙ୍କ ଦ୍ୱାରା ୭୫ ଜଣ ସୃଜନଶୀଳ ମସ୍ତିଷ୍କକୁ ସେମାନଙ୍କର ପ୍ରସ୍ତୁତି ଆଧାରରେ ପ୍ରଥମେ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରାଯିବ ଏବଂ ପରେ ଚୟନ କରାଯିବ। ଏହି କାର୍ଯ୍ୟକ୍ରମ ଯୁବ ନବୋଦିତ ଫିଲ୍ମ ନିର୍ମାତାଙ୍କୁ ଚିହ୍ନଟ କରିଥାଏ ଏବଂ ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ଫିଲ୍ମ ନିର୍ମାତାଙ୍କ ସହିତ ବାର୍ତାଳାପ କରିବା ଏବଂ ସେମାନଙ୍କଠାରୁ ଶିଖିବା ପାଇଁ ଏକ ମଂଚ ପ୍ରଦାନ କରିଥାଏ। ଏହା ନିଜ କ୍ଷେତ୍ରରେ ଏକ ବିଶେଷ ମଂଚ, ଯେଉଁଠାରେ ସାରା ବିଶ୍ୱର କୌଣସି ବି ପ୍ରମୁଖ ଫିଲ୍ମ ସମାରୋହରେ ଏକ ପ୍ରତିଯୋଗିତା ମାଧ୍ୟମରେ ଯୁବ ସୃଜନଶୀଳ ମସ୍ତିଷ୍କମାନଙ୍କର ଏକ ବଡ ଦଳ ଚୟନ କରାଯାଇଥାଏ। ଏହାର କଳ୍ପନା କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ଦ୍ୱାରା ୨୦୨୧ରେ ଯୁବ ପ୍ରତିଭାମାନଙ୍କୁ ଏକ ମଂଚ ପ୍ରଦାନ କରିବା ଏବଂ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ସମ୍ପର୍କିତ ଉଦ୍ୟୋଗର ଉତ୍ପାଦଗୁଡିକ ସହିତ ଯୋଡି ରଖିବା ପାଇଁ କରା ଯାଇଥିଲା।

ଗୋଆରେ ଏହି ସମାରୋହ ଅନୁଷ୍ଠିତ ହେବା ଅବସରରେ, ଚୟନ କରା ଯାଇଥିବା ‘ଆସନ୍ତାକାଲିର ୭୫ ସୃଜନଶୀଳ ମସ୍ତିଷ୍କ’ ମଧ୍ୟ କାର୍ଯ୍ୟଶାଳା ଏବଂ ସିନେମାର ମାଷ୍ଟରମାନଙ୍କ ଦ୍ୱାରା ପରିଚାଳିତ ଅଧିବେଶନରେ ଯୋଗ ଦେବେ। ଏହାପରେ, ପ୍ରତ୍ୟେକ ଦଳ ୫୩ ଘଂଟା ମଧ୍ୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଗୋଷ୍ଠୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି କ୍ଷୁଦ୍ର ଚଳଚ୍ଚିତ୍ରର ବିଷୟଗୁଡିକ ଆଜାଦିର ଅମୃତ ମହୋତ୍ସବ ଭାବନା ଉପରେ ଆଧାରିତ ହେବ, ଯେଉଁଥିରେ ଦଳଗୁଡିକ ଭାରତ @ ୧୦୦ ନିମନ୍ତେ ସେମାନଙ୍କ ବିଚାର ପ୍ରଦର୍ଶନ କରିବେ। ଚୟନ କରାଯାଇଥିବା ସୃଜନଶୀଳ ମସ୍ତିଷ୍କମାନେ ଏହି ପଦକ୍ଷେପର ପ୍ରୋଗ୍ରାମିଂ ଭାଗୀଦାର, ଶର୍ଟସ ଟିଭି ସହିତ ପରାମର୍ଶ କରି ସାତୋଟି ଦଳର ଅଂଶ ହେବେ। ସାତଟି ଦଳ ଦ୍ୱାରା ନିର୍ମିତ ଫିଲ୍ମଗୁଡିକର ୨୪ ନଭେମ୍ବର ୨୦୨୨ରେ ଆଇଏଫ୍‌ଏଫ୍‌ଆଇରେ ଥିଏଟର ସ୍କ୍ରିନିଂ ହେବ, ଯାହା ପରେ ବିଜୟୀ ଫିଲ୍ମର ଉତ୍ସବ ପାଳନ କରିବା ପାଇଁ ଏକ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କାରଣରୁ ସମସ୍ତ ପ୍ରତିଯୋଗୀଙ୍କୁ ମାନ୍ୟତା ପ୍ରଦାନ କରାଯିବ।

ଏହା ଯୁବ ପ୍ରତିଭାଙ୍କୁ ଚିହ୍ନଟ କରିବା, ପୋଷଣ କରିବା, ଦକ୍ଷତା ବିକାଶ କରିବା ଏବଂ ସେମାନଙ୍କୁ ଉଦ୍ୟୋଗଗୁଡିକ ସହିତ ଯୋଡିବା ସହ ପ୍ରସ୍ତୁତ କରି ଭାରତକୁ ବିଶ୍ୱ ନିମନ୍ତେ ଏକ ବିଷୟ ବସ୍ତୁ/କଣ୍ଟେଣ୍ଟ ଏବଂ ପୋଷ୍ଟ ପ୍ରଡକ୍ସନ୍ (ଫିଲ୍ମ ନିର୍ମାଣ ପରର କାର୍ଯ୍ୟ) ହବ୍ ଭାବେ ତିଆରି କରିବା ଦିଗରେ ଆଉ ଏକ ପଦକ୍ଷେପ। ଏହି ପଦକ୍ଷେପ ଯୁବ ଫିଲ୍ମନିର୍ମାତାମାନଙ୍କୁ ଏକ ପାରିବେଶିକ ବ୍ୟବସ୍ଥା ନିର୍ମାଣ କରିବାକୁ ଅନୁମତି ଦେବା ସହିତ ସେମାନଙ୍କୁ ନେଟୱର୍କ ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଡିବା ପାଇଁ ସହଯୋଗ କରିବାର ଅନୁମତି ପ୍ରଦାନ କରୁଛି। ମନ୍ତ୍ରଣାଳୟ ଫଳପ୍ରଦ ହସ୍ତକ୍ଷେପ ଆରମ୍ଭ କରିବା ନିମନ୍ତେ ଯୋଜନା କରିଛି, ଯାହାଦ୍ୱାରା ଅଂଶଗ୍ରହଣକାରୀମାନେ ଏହି ସୁଯୋଗର ବ୍ୟବହାର ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଲାଭଦାୟକ ରୋଜଗାର ନିମନ୍ତେ କରି ପାରିବେ। ଆବେଦନପତ୍ର ନିମନ୍ତେ ଆମନ୍ତ୍ରଣ ୱେବ୍‌ସାଇଟ୍ (www.iffigoa.org/creativeminds)ରେ ୫ରୁ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଖୋଲା ରହିବ।

ସମ୍ବନ୍ଧିତ ଖବର