ହାଇକୋର୍ଟରେ ବିଚାରପତି ନିଯୁକ୍ତି: ୧୫ ନାମ ସୁପାରିସ କଲେ କଲେଜିୟମ

ନୂଆଦିଲ୍ଲୀ : ଦିଲ୍ଲୀ, ପାଟନା ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ଆଜି ୧୫ ଜଣଙ୍କ ନାମ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ ୱେବସାଇଟ୍‌ରେ ଅପଲୋଡ୍‌ ହୋଇଥିବା ୩ଟି ପୃଥକ୍‌ କଲେଜିୟମ ପ୍ରସ୍ତାବ ଅନୁଯାୟୀ ୭ ଓକିଲଙ୍କ ନାମ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ସେହିପରି ପାଟନା ହାଇକୋର୍ଟରେ ୭ ଜଣଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିବ। ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଜ‌ଣେ ଓକିଲଙ୍କ ନାମ ସୁପାରିସ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ପାଇଁ ସୁପାରିସ କରାଯାଇଥିବା ନାମ ଗୁଡ଼ିକ ହେଉଛି ବିକାଶ ମହାଜନ, ତୁଷାର ରାଓ ଗେଡେଲା, ମନମିତ ପ୍ରିତମ ସିଂହ ଆରୋରା, ସଚିନ ଦତ୍ତ, ଅମିତ ମହାଜନ, ଗୌରଙ୍ଗ କନ୍ଥ ଏବଂ ସୌରଭ ବାନାର୍ଜୀ।

ସମ୍ବନ୍ଧିତ ଖବର