ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବ୍ରାଜିଲର ବିଏମ୍ସିଏଲ୍-୧୧ ପ୍ରକଳ୍ପରେ ଅତିରିକ୍ତ ପୁଞ୍ଜି ନିବେଶ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ଫଳରେ ଏହି ପ୍ରକଳ୍ପରେ ଭାରତୀୟ କମ୍ପାନି ଭାରତ ପେଟ୍ରୋ ରିସୋର୍ସେସ୍ ଲିମିଟେଡ୍ ଏହି ପ୍ରକଳ୍ପରେ ଅଧିକ ପୁଞ୍ଜିନିବେଶ କରିବାର ଅନୁମତି ପାଇଛି। ଏହି କମ୍ପାନି ଭାରତ ପେଟ୍ରୋଲିୟମ୍ କର୍ପୋରସନ ଲିମିଟେଡ୍ର ଏକ ଅଧିସ୍ୱୀକୃତ ସହଯୋଗୀ ସଂସ୍ଥା।
କ୍ୟାବିନେଟ୍ର ଅନୁମୋଦନ ଫଳରେ ଭାରତ ପେଟ୍ରୋ ରିସୋର୍ସେସ୍ ଲିମିଟେଡ୍ ବ୍ରାଜିଲର ବିଏମ୍-ସିଏଲ-୧୧ ପ୍ରକଳ୍ପରେ ଅତିରିକ୍ତ ୧୫ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଏହାଫଳରେ ଏହି ପ୍ରକଳ୍ପରେ ଭାରତ ପେଟ୍ରୋ ରିସୋର୍ସେସ୍ର ଅଂଶଧନ ପରିମାଣ ୨୦ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ।
ବ୍ରାଜିଲ ପଟ୍ରୋଲିୟମ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ବିଏମ୍-ସିଏଲ୍-୧୧ ପ୍ରକଳ୍ପରେ ଏବେ ଭାରତ ପେଟ୍ରୋ ରିସୋର୍ସେସ୍ (ବିପିଆର୍ଏଲ) ସଂସ୍ଥାର ଅଂଶଧନ ମାତ୍ର ୫୦୦୦ କୋଟି ଟଙ୍କା ରହିଛି। ଏହାର ବିକାଶ ପାଇଁ ବିପିଆର୍ଏଲ୍ ଆଉ ୧୫୦୦କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପରୁ ୨୦୨୬-୨୭ ସୁଦ୍ଧା ଉତ୍ପାଦନ ଆରମ୍ଭ ହେବାର ଆଶା କରାଯାଉଛି।
ଏହାଫଳରେ ଭାରତ ସେହି ପ୍ରକଳ୍ପରୁ ଯେଉଁ ତୈଳ ପାଇବ ତାହା ଦେଶର ଇନ୍ଧନ ଆବଶ୍ୟକତା ପୂରଣରେ ସହାୟକ ହେବ। ଭାରତ ବ୍ରାଜିଲରୁ ଅଧିକ ଅଶୋଧିତ ତୈଳ ମଧ୍ୟ ଶସ୍ତାରେ ପାଇବ। ୨୦୦୮ରୁ ଭାରତ ବ୍ରାଜିଲ ସହିତ ମିଶି ତୈଳ ଉତ୍ତୋଳନ କ୍ଷେତ୍ରରେ କାମ କରୁଛି। ଏହା ଫଳରେ ଦୁଇ ଦେଶ ମଧ୍ୟରେ ତୈଳ ଉତ୍ତୋଳନ କ୍ଷେତ୍ରରେ ସହଯୋଗ ବଢିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/brazil.jpg)