ଏମ୍ଏସ୍‌ଇ ସିଡିପିକୁ ‌ଅନୁମୋଦନ

ନୂଆଦିଲ୍ଲୀ : ସରକାର ଅଣୁ ଓ କ୍ଷୁଦ୍ର, ଉଦ୍ୟୋଗ ପୁଞ୍ଜ ନିମନ୍ତେ ନୂତନ ମାର୍ଗଦର୍ଶିକା ଉନ୍ନୟନ କାର୍ଯ୍ୟକ୍ରମ (ଏମଏସଇ-ସିଡିପି)କୁ ଅନୁମୋଦନ କରିଛନ୍ତି । ଏହା ପଞ୍ଚଦଶ ଅର୍ଥ ଆୟୋଗଚକ୍ର ମଧ୍ୟରେ ଲାଗୁ ହେବ । ଏହି ଯୋଜନା ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡିକର ପ୍ରତିଯୋଗିତାମୂଳକ ସ୍ୱଭାବ ଓ ଉତ୍ପାଦକତା ନିମ୍ନୋକ୍ତ ହସ୍ତକ୍ଷେପ ଜରିଆରେ ବୃଦ୍ଧି କରିବ। କେନ୍ଦ୍ର ସରକାରଙ୍କ ଅନୁଦାନ ପ୍ରକଳ୍ପ ଖର୍ଚ୍ଚ ୫ରୁ ୧୦କୋଟି ମଧ୍ୟରେ ଥିଲେ ଶତକଡା ୭୦ଭାଗ ଓ ପ୍ରକଳ୍ପ ବ୍ୟୟ ଅଟକଳ ୧୦ରୁ ୩୦ କୋଟି ମଧ୍ୟରେ ଥିଲେ ଶତକଡା ୬୦ଭାଗ ମଧ୍ୟରେ ସୀମିତ ରହିବ ।

ଉତ୍ତର-ପୂର୍ବାଞ୍ଚଳ ଓ ଅନ୍ୟାନ୍ୟ ପାର୍ବତ୍ୟ ରାଜ୍ୟ, ଦ୍ୱିପାଂଚଳ, ଆକାଂକ୍ଷିତ ଜିଲ୍ଲାରେ ସରକାରୀ ଅନୁଦାନ ୫ରୁ ୧୦ କୋଟି ପ୍ରକଳ୍ପ ବ୍ୟୟ ଅଟକଳରେ ଶତକଡା ୮୦ଭାଗ ଓ ୧୦ରୁ ୩୦କୋଟି ମୋଟ ଅଟକଳର ଶତକଡା ୭୦ଭାଗ ରହିବ । ତେବେ ସରକାରୀ ସହାୟତା ସର୍ବାଧିକ ପ୍ରକଳ୍ପ ବାବଦ ବ୍ୟୟ ୩୦କୋଟି ଟଙ୍କା ଅନୁସାରେ ହିସାବ କରାଯିବ । ବର୍ଦ୍ଧିତ କାରଖାନା ପରିସର ନିମନ୍ତେ କେନ୍ଦ୍ର ସରକାର ସହାୟତା ୫ରୁ ୧୫କୋଟି ବ୍ୟୟ ଅଟକଳ ପର୍ଯ୍ୟନ୍ତ ଶତକଡା ୬୦ଭାଗ ରହିଥିବାବେଳେ ଆଗରୁ ଥିବା ଶିଳ୍ପାଞ୍ଚଳ ଓ ବର୍ଦ୍ଧିତ କାରଖାନା ପରିସରରେ ଉନ୍ନୀତକରଣ ନିମନ୍ତେ ୫ରୁ ଦଶକୋଟି ବ୍ୟୟ ଅଟକଳରେ ଶତକଡା ୫୦ଭାଗ ରହିବ । ଉତ୍ତର-ପୂର୍ବାଞ୍ଚଳ ଓ ପାର୍ବତ୍ୟ ରାଜ୍ୟ, ଦ୍ୱୀପାଞ୍ଚଳ ଓ ଆକାଂକ୍ଷିତ ଜିଲ୍ଲା କ୍ଷେତ୍ରରେ ନୂତନ ଶିଳ୍ପାଞ୍ଚଳ ଓ ବୃହତ କାରଖାନା ପରିସରରେ ୫ରୁ ୧୫ କୋଟି ବ୍ୟୟ ଅଟକଳ ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ଶତକଡା ୭୦ଭାଗ ଓ ଆଗରୁ ରହିଥିବା ଶିଳ୍ପାଞ୍ଚଳ ଓ କାରଖାନା ପରିସର ଉନ୍ନୀତ କରିବା ନିମନ୍ତେ ୫ରୁ ୧୦କୋଟି ବ୍ୟୟ ଅଟକଳର ଶତକଡା ୬୦ଭାଗ ସହାୟତ ମିଳିବ । ଏମଏସଇ-ସିଡିପିନୂତନ ମାର୍ଗଦର୍ଶିକା ଡିସିଏମଏସଏମଇ କାର୍ଯ୍ୟାଳୟର ୱେବସାଇଟ୍‌ରେ ଉପଲବ୍ଧ ହୋଇଛି ।

ସମ୍ବନ୍ଧିତ ଖବର