ନୂଆଦିଲ୍ଲୀ : ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ବିଶ୍ବାସ କରନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଜେଲ୍ରୁ ବାହାରି ଲୋକସଭା ନିର୍ବାଚନରେ ପ୍ରଚାର କରିବାଦ୍ବାରା ବିଜେପି ନୁହେଁ ବରଂ କଂଗ୍ରେସ ଦଳକୁ କ୍ଷତି ପହଞ୍ଚାଇବ। କେଜ୍ରିୱାଲଙ୍କ ଆପ୍ ଦଳ ହେଉଛି ଇଣ୍ଡି ମେଣ୍ଟର ଏକ ଅଂଶ। ମେଣ୍ଟରେ କଂଗ୍ରେସ ବି ଅଛି। କିନ୍ତୁ ଆପ୍ ଏବଂ କଂଗ୍ରେସ ଦିଲ୍ଲୀରେ ୭ ଲୋକସଭା ଆସନରେ ଏକାଠି ନିର୍ବାଚନ ଲଢ଼ୁଥିଲେ ମଧ୍ୟ ପଂଜାବରେ ପରସ୍ପର ବିରୋଧରେ ଲଢ଼ୁଛନ୍ତି। କିଶୋର କହିଛନ୍ତି, ଆପ୍ ଦେଶବ୍ୟାପୀ ସବୁ ଆସନରେ ନିର୍ବାନନ ଲଢ଼ୁନାହିଁ। ସେମାନେ ୨୨ ଆସନରେ ନିର୍ବାଚନ ଲଢ଼ୁଛନ୍ତି। ଏଥି ମଧ୍ୟରୁ ୧୪ଟି ଆସନ ପଂଜାବ ଏବଂ ଚଣ୍ଡିଗଡ଼ରେ, ୭ଟି ଆସନ ଦିଲ୍ଲୀ ଏବଂ ଗୋଟିଏ ଆସନ ଗୁଜରାଟରେ। ଏବେ ଯାହା ବି ପରିବର୍ତ୍ତନ ହେବ ଏହି ୨୨ଟି ଆସନରେ। ଉକ୍ତ ୨୨ଟି ଆସନରୁ ୧୩ଟି ପଂଜାବରେ ଅଛି। ଏହି ଆସନ ଗୁଡ଼ିକରେ ଆପ୍ ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି। ଯଦି ଆପ୍ ପଂଜାବରେ ଲାଭପାଏ ତେବେ କଂଗ୍ରେସର କ୍ଷତି ହେବ। ୨୦୧୯ରେ ବିଜେପି ପଂଜାବରେ ୨ଟି ଆସନରେ ଜିତିଥିଲା। ଏହି ୨ଟି ଆସନ ହେଉଛି ଗୁରଦାସପୁର ଏବଂ ହୋଶିଆରପୁର। କିନ୍ତୁ ଚଳିତ ଥର ବିଜେପି ପଂଜାବରେ ସମସ୍ତ ୧୩ଟି ଆସନରେ ନିର୍ବାଚନ ଲଢ଼ୁଛି। ପ୍ରଶାନ୍ତ କିଶୋର ସ୍ବୀକାର କରିଛନ୍ତି ଯେ କେଜ୍ରିୱାଲ ଜେଲରୁ ବାହାରିବା ଦ୍ବାରା ଆପ୍ କର୍ମୀ ଏବଂ ନେତାମାନଙ୍କ ନୈତିକ ମନୋବଳ ବଢ଼ିବ କିନ୍ତୁ ଏହା ଦିଲ୍ଲୀ ଏବଂ ପଂଜାବ ବାହାରେ ଭୋଟରଙ୍କ ଭାବନା ଉପରେ କିଛି ପ୍ରଭାବ ପକାଇପାରିବନି।
‘ଆପ୍’ର ଲାଭରେ କଂଗ୍ରେସର ହିଁ କ୍ଷତି: ପ୍ରଶାନ୍ତ କିଶୋର
/sambad/media/post_attachments/wp-content/uploads/2022/05/prasanta-kishor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)