ନୂଆଦିଲ୍ଲୀ: ସମସ୍ତେ ଏବେ ଚାଟ୍ ଜିପିଟି ଉପରେ ନିର୍ଭରଶୀଳ । ଦିନକୁ ଦିନ ଟେକ୍ନୋଲୋଜି ବଢ଼ିବା ସହ କାମକୁ ଶୀଘ୍ର ଏବଂ ସହଜ ଉପାୟରେ କରିବା ପାଇଁ ଲୋକେ ଚାଟ୍ ଜିପିଟି କିମ୍ବା ଏଆଇକୁ ବ୍ୟବହାର କରୁଛନ୍ତି । ଯଦି ଏପରି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ବିଶେଷଜ୍ଞମାନେ କହିଛନ୍ତି ଯେ, ପ୍ରତ୍ୟେକ ପରାମର୍ଶ ପାଇଁ ଚାଟ୍ ଜିପିଟି ଉପରେ ନିର୍ଭର କରିବା ଆପଣଙ୍କୁ ବିପଦରେ ପକାଇପାରେ । ବିଶେଷକରି ସ୍ୱାସ୍ଥ୍ୟ ସମ୍ବନ୍ଧରେ, ଯଦି ଆପଣ ଚାଟ୍ ଜିପିଟି କିମ୍ବା ଏଆଇରୁ ପରାମର୍ଶ ନେଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବିପଦ ସାଜିପାରେ ।

Advertisment

ସୂଚନା ମୁତାବକ, ୨୫ ପ୍ରତିଶତ ଆମେରିକୀୟ ଏଆଇକୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପରାମର୍ଶ ମାଗୁଛନ୍ତି । ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ଅପେକ୍ଷା ସେମାନେ ଏଆଇ ଚାର୍ଟ ବ୍ୟବହାର କରି ବ୍ୟକ୍ତିଗତ ତଥା ଚିକିତ୍ସା ତଥ୍ୟ ପଚାରିବାକୁ ପସନ୍ଦ କରୁଛନ୍ତି । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ବିପଦପୂର୍ଣ୍ଣ ହୋଇପାରେ । ଚାଟ୍ ଜିପିଟି କିମ୍ବା ଏଆଇକୁ କେଉଁ ଜିନିଷ ପଚାରିବା ଉଚିତ୍ ନୁହେଁ, ଜାଣି ରଖନ୍ତୁ...

୧- ଆପଣ ଅର୍ଥ ସମ୍ବନ୍ଧୀୟ ପ୍ରଶ୍ନ ଚାଟ୍ ଜିପିଟି କିମ୍ବା ଏଆଇକୁ ପଚାରନ୍ତୁ ନାହିଁ । ଯେପରିକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ୱର, କ୍ରେଡିଟ୍ କାର୍ଡ ନମ୍ୱର କିମ୍ୱା ସିକ୍ୟୁରିଟି ନମ୍ୱର ଆଦି ଜିନିଷ କେବେ ହେଲେ ଏଥିରେ ସେୟାର କରନ୍ତୁ ନାହିଁ । କାରଣ ଏହି ତଥ୍ୟ ଅନୁଯାୟୀ ଆପଣଙ୍କ ଟଙ୍କା ଏବଂ ପରିଚୟ ଚୋରି କରାଯାଇ ପାରେ ।

୨-କେବେ ବି ଏଆଇ ଚାର୍ଟରେ ନିଜ ପାସଓ୍ୱାର୍ଡ ସେୟାର କରନ୍ତୁ ନାହିଁ । ଯଦି ଏପରି କରନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେବା ସହ ଆପଣଙ୍କ ଡାଟା ଚୋରି ହୋଇପାରେ  ।

୩- ଏଆଇ ଚାର୍ଟରେ କଦାପି ଆପଣ ନିଜ ସିକ୍ରେଟ୍ ସେୟାର କରନ୍ତୁ ନାହିଁ । ଚାଟ୍ ଜିପିଟି କୌଣସି ବ୍ୟକ୍ତି ନୁହେଁ ଯେ, ଆପଣଙ୍କ ରହସ୍ୟ ସୁରକ୍ଷିତ ରଖିବ । ଏହା ଉପରେ ଭରସା ନ କରି ସତର୍କ ରୁହନ୍ତୁ । 

୪- ଏଆଇ ଜଣେ ଡାକ୍ତର ନୁହେଁ ଯେ ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏଆଇରୁ ପରାମର୍ଶ ନେଉଛନ୍ତି । ଏଆଇ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଠିକ ତଥ୍ୟ ଦେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ।

୫- ଅଧିକାଂଶ ଆଇ ଚାର୍ଟ ଅଶ୍ଳୀଳ କଣ୍ଟେଣ୍ଟକୁ ଫିଲ୍ଟର୍ କରେ ଯାହାକୁ ଆପଣମାନେ ସେୟାର କରନ୍ତି । ଇଣ୍ଟରନେଟ୍ କେବେ ବି କୌଣସି ଡାଟା ଭୁଲେ ନାହିଁ । ଆପଣ ଏହା ଜାଣି ପାରିବେ ନାହିଁ ଯେ, ଏହି କଣ୍ଟେଣ୍ଟ କେବେ ଏବଂ କିପରି ଆପଣଙ୍କ ସାମ୍ନାକୁ ଆସିପାରେ ।