ଏପ୍ରିଲ୍ ଫୁଲ୍ ବାହାନାରେ ଗୁଜବ ପ୍ରଘଟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: କରୋନାଭାଇସର ସଂକ୍ରମଣ ରୋକିବାକୁ ଭାରତରେ ଲକଡାଉନ୍ ଚାଲିଥିବାରୁ ଆଜି “ଏପ୍ରିଲ୍ ଫୁଲ୍ ଡେ’ ପାଳନ ନ କରିବା ଭଲ । କିନ୍ତୁ, “ଏପ୍ରିଲ୍ ଫୁଲ୍’ ବାହାନାରେ ଯଦି କେହି ସାମାଜିକ ଗଣମାଧ୍ୟମ ଜରିଆରେ କୌଣସି ପ୍ରକାର ଅପପ୍ରଚାର କରେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ଚେତାବନୀ ଦେଇଛି । ଏଥିପାଇଁ ଆଜି ଦିଲ୍ଲୀ ପୁଲିସ ହ୍ୱାଟସଆପ୍ ଗ୍ରୁପ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଉପରେ ନଜର ରଖିଛି ।

ବିଶେଷତଃ, ଏପ୍ରିଲ୍ ଫୁଲ୍ ଡେ’ ନାଁରେ ଯଦି କେହି ଗୁଜବ ପ୍ରଚାର କରନ୍ତି ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ପୁଲିସ କହିଛି ।

ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ପୁଲିସ ପରାମର୍ଶ ଦେଇ କହିଛି ଯେ ସେମାନେ ଏପ୍ରିଲ୍ ଫୁଲ୍ ଡେ’ର ଜୋକ୍ ସବୁକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ । ଯାଞ୍ଚ୍ ନ କରି ସାମାଜିକ ଗଣମାଧ୍ୟମରେ ଏହାକୁ ସେୟାର୍ ମଧ୍ୟ କରନ୍ତୁ ନାହିଁ । କାରଣ ଏଥିରେ କୌଣସି ତ୍ରୁଟିବିଚୁ୍ୟତି ଥିଲେ ସେୟାରକାରୀ ଜେଲଦଣ୍ଡ ଭୋଗିବେ ।

ଏ ବର୍ଷ ଗୁଗଲ୍ ମଧ୍ୟ ତା’ର ସମସ୍ତ ଏପ୍ରିଲ୍ ଫୁଲ୍ ଡେ’ ହାସ୍ୟ-ରହସ୍ୟ ବାତିଲ କରିଛି ।

ସମ୍ବନ୍ଧିତ ଖବର