ଏପ୍ରିଲ ୧୬ରେ ଦେଖାଯିବ ଗୋଲାପୀ ଚନ୍ଦ୍ର, ଜାଣନ୍ତୁ କାହିଁକି ହୋଇଛି ଏପରି ନାମକରଣ

ନୂଆଦିଲ୍ଲୀ: ଶନିବାର ଅର୍ଥାତ ୨୦୨୨ ଏପ୍ରିଲ ୧୬ ରେ ପୂର୍ଣ୍ଣ ଗୋଲାପୀ ଚନ୍ଦ୍ର ଦେଖିବାକୁ ମିଳିବ। ଏହି ସମୟରେ ଗୋଲପ ଫୁଲ ବହୁତ ଫୁଟିଥାଏ। ତେଣୁ ଏହାକୁ ଏପ୍ରିଲର ଫୁଲ କିମ୍ବା ଫିଙ୍କ ମୁନ ବୋଲି କୁହାଯାଇଥାଏ। ଚନ୍ଦ୍ରର ଏହି ରଙ୍ଗ ଆପଣଙ୍କୁ ମଧ୍ୟରାତ୍ରି ପରେ ହିଁ ଦେଖିବାକୁ ମିଳିବ। କିନ୍ତୁ ଦୁନିଆର ଭିନ୍ନଭିନ୍ନ ସ୍ଥାନରେ ଲୋକ ଏହାକୁ ଏପ୍ରିଲ ୧୫ରୁ ୧୮ ମଧ୍ୟରେ ଦେଖି ପାରିବେ।

ୱାସିଂଟନସ୍ଥିତ ନାସା ମୁଖ୍ୟାଳୟର ସାଇନ୍ସ ମିସନ ଡାଇରେକ୍ଟୋରେଟର ପୋଗ୍ରାମ ଏକ୍ସିକ୍ୟୁଟିଭ ଗାର୍ଡନ ଜାନସନ କହିଛନ୍ତି, ଆମେ ଏହି ଉଇକେଣ୍ଡକୁ ଫୁଲ ମୁନ ଉଇକେଣ୍ଡ କହିପାରିବା। ଏହି ସମୟରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ କାଳ୍ପନିକ ୧୮୦ ଡିଗ୍ରି ଲାଇନରେ ରହିଥାଆନ୍ତି।

ଏପ୍ରିଲ ଫୁଲ ମୁନ କିମ୍ବା ଫିଙ୍କ ମୁନର ଆହୁରି ଅନେକ ନାମ ରହିଛି। ଯେମିତି କି ସ୍ପ୍ରାଉଟିଙ୍ଗ ଗ୍ରାସ ମୁନ, ଏଗ ମୁନ, ଫିସ ମୁନ ଆଦି। ସେହିପରି ୨୦୨୨‌ ଜୁନ ୧୪ରେ ସୁପର ଷ୍ଟବେରୀ ମୁନ ଦେଖିବାକୁ ମିଳିବ। ଏହାପରେ ଜୁଲାଇ ୧୩ରେ ସୁପର ବ୍ଲାକ ମୁନ ‌ବି ନଜରକୁ ଆସିବ। ସୁପର ଷ୍ଟବେରୀ ମୁନ ୧୪ ପ୍ରତିଶତ ଓ ସୁପର ବ୍ଲାକ ମୁନ ୭ ପ୍ରତିଶତ ବଡ଼ ଦେଖାଯିବ। ଏଭଳି ଚନ୍ଦ୍ର ଦେଖିବାକୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଭରି ରହିଥାଏ।

ସମ୍ବନ୍ଧିତ ଖବର