ଜୟଶଙ୍କରଙ୍କୁ ଆରବ ମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ସଂଯୁକ୍ତ ଆରବ ଅମିରାତ (ୟୁଏଇ)ର କୃତ୍ରିମ ମେଧା ରାଷ୍ଟ୍ରମନ୍ତ୍ରୀ ଓମାର ସୁଲତାନ ଅଲ୍ ଓଲାମା ଖୁବ୍ ପ୍ରଶଂସା କରିଛନ୍ତି। ଜୟଶଙ୍କର ଯେପରି ଭାବେ ଭାରତର ବିଦେଶ ନୀତିକୁ ବିଶ୍ବ ଦରବାରରେ ଉପସ୍ଥାପନ କରୁଛନ୍ତି ସେଥିରେ ସେ ଅତ୍ୟନ୍ତ ପ୍ରଭାବିତ ହୋଇଥିବା କହିଛନ୍ତି। ଓଲାମା କହିଛନ୍ତି, ଭୂ-ରାଜନୀତି କେତେକ ପକ୍ଷର ସର୍ବୋତ୍ତମ ସ୍ବାର୍ଥ ଦ୍ବାରା ନିର୍ଦ୍ଧାରିତ ହୋଇଥାଏ। ତେବେ ଐତିହାସିକଭାବେ ଚାଲି ଆସୁଥିବା ଏହି ମଡେଲ ଏବେ ଆଉ ଚଳୁନାହିଁ। ଭାରତ ତା’ର ନିଜର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଯେଉଁ ବିଦେଶ ନୀତି ଆପଣାଉଛି ତାହା ପ୍ରଶଂସନୀୟ ବୋଲି କହିଛନ୍ତି ୟୁଏଇ ମନ୍ତ୍ରୀ।

ସମ୍ବନ୍ଧିତ ଖବର