ଦୁବାଇ: ଆରବ ଜଗତର ସର୍ବପ୍ରଥମ ଗ୍ରହାନ୍ତର ଅଭିଯାନର ବିଜୟସ୍ୱରୂପ ମଙ୍ଗଳବାର ଦିନ ‘ୟୁନାଇଟେଡ୍ ଆରବ ଏମିରେଟ୍ସ୍’ର ଏକ ମହାକାଶଯାନ ମଙ୍ଗଳ ଗ୍ରହର କକ୍ଷ ପଥରେ ପ୍ରବେଶ କରିଛି।
ସାତ ମାସ ଧରି ୩୦୦ ନିୟୁତ ମାଇଲ୍ ଅତିକ୍ରମ କରି ଲୋହିତ ଗ୍ରହ ପରିକ୍ରମା ଆରମ୍ଭ କରିଥିବା ମହାକାଶଯାନ ‘ଅମାଲ୍’ (ଆରବୀୟ ଭାଷାରେ ଏହାର ଅର୍ଥ ‘ଆଶା’) ସେଠାକାର ବାୟୁମଣ୍ଡଳ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସଂଗ୍ରହ କରିବ। ଏହି ମହାକାଶଯାନଟି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ‘ୟୁଏଇ’ ମହାକାଶ କେନ୍ଦ୍ରର ‘ଗ୍ରାଉଣ୍ଡ୍ କଣ୍ଟ୍ରୋଲର୍’ମାନେ ଉତ୍ଫୁଲ୍ଲିତ ହୋଇଉଠିଥିଲେ।
Image Courtesy of AP Newsମଙ୍ଗଳ ଗ୍ରହର ମାଧ୍ୟାକର୍ଷଣ ଶକ୍ତିକୁ ଏଡ଼ାଇବା ନିମନ୍ତେ ଖୁବ୍ ଧୀରେସୁସ୍ଥେ ଏହି ଅର୍ବିଟର୍କୁ ମୁଖ୍ୟ ଇଞ୍ଜିନ୍ରୁ ଅଲଗା ହେବାକୁ ପ୍ରାୟ ୨୭ ମିନିଟ୍ ଲାଗିଥିଲା। ଏହି ଜଟିଳ ପ୍ରକ୍ରିୟା ସଫଳ ହୋଇଛି ବୋଲି ପୃଥିବୀକୁ ବାର୍ତ୍ତା ଆସିବାକୁ ଲାଗିଥିଲା ୧୧ ମିନିଟ୍।
ଏହାପରେ ମଙ୍ଗଳ ଅଭିଯାନର ନିର୍ଦେଶକ ଓମ୍ରାନ୍ ଶରାଫ୍ ‘ୟୁଏଇ’ବାସୀ, ଆରବ ଏବଂ ଇସ୍ଲାମୀୟ ଦେଶମାନଙ୍କ ଉଦ୍ଦେଶ୍ୟରେ ଏହି ଅଭିଯାନର ସଫଳାତା କଥା ଘୋଷଣା କରିଥିଲେ।
‘ୟୁଏଇ’କୁ ମିଶାଇ ମଙ୍ଗଳ ଅଭିଯାନରେ ଏପର୍ଯ୍ୟନ୍ତ ବିଶ୍ୱର ୫ଟି ଦେଶ ସଫଳ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହା ପରେ ପରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ର ଆଉ ଦୁଇଟି ମାନବରହିତ ମହାକାଶଯାନ ମଙ୍ଗଳ ଅଭିମୁଖେ ଯାତ୍ରା କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/arab.jpg)