ମୁମ୍ବାଇରେ ଅତି ପ୍ରବଳ ବର୍ଷା; ଆରବ ସାଗର ପାଣି ଉଛୁଳି ଆସି ରାସ୍ତାରେ ମାଡ଼ିଗଲା

ନୂଆଦିଲ୍ଲୀ: ବୁଧବାର ଦିନ ମାତ୍ର ୧୨ ଘଣ୍ଟା ମଧ୍ୟରେ ପ୍ରବଳ ପବନ ସହ ମୁମ୍ବାଇରେ ଏଥର ବର୍ଷାଋତୁର ପ୍ରଥମ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା କଥା ‘ବୃହନ୍ ମୁମ୍ବାଇ ମୁନିସ୍‌ପାଲ୍ କର୍ପୋରେସନ୍’ କହିଛି। ଆରବ ସାଗର ଫୁଲି ଉଠିବାରୁ ବୁଧବାର ଅପରାହ୍ଣରେ ଦକ୍ଷିଣ ମୁମ୍ବାଇର ଗିରଗାଓଁ ଚୌପାଟ୍ଟି ବାହାର ରାସ୍ତାରେ ପାଣି ମାଡ଼ିଯାଇଥିଲା।

ଗୁରୁବାର ଦିନ ଆହୁରି ପ୍ରବଳ ବର୍ଷା ହେବ ଓ ପରବର୍ତ୍ତୀ ୨୪ ଘଣ୍ଟା ଧରି ଆରବ ସାଗର ଉପରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ବୋଲି ସକାଳ ବେଳା ବୁଲେଟିନ୍‌ରେ ଭାରତୀୟ ପାଣିପାଗ ବିଭାଗ କହିଛି।

ଆଜି ଅବିରାମ ବର୍ଷା ଯୋଗୁଁ ମୁମ୍ବାଇ ହାଇକୋର୍ଟ ସମସ୍ତ ଶୁଣାଣି ବାତିଲ କରିଛି।

Image Courtesy of India Today

ଏହାଛଡ଼ା, ରତ୍ନଗିରି, ସିନ୍ଧୁଦୁର୍ଗ, ପୁଣେ, କୋହ୍ଲାପୁର ସତରା ଭଳି ମହାରାଷ୍ଟ୍ରର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି।

ବିଏମ୍‌ସି କହିବା ଅନୁସାରେ, ମୁମ୍ବାଇରେ ୨୧୫. ୮ ମିଲିମିଟର୍, ପୂର୍ବଉପନଗରରେ ୧୦୧.୯ ମିଲିମିଟର୍ ଏବଂ ପଶ୍ଚିମ ଉପନଗରରେ ୭୬. ୦୩ ମିଲିମିଟର୍‌ ବର୍ଷା ରେକର୍ଡ କରାଯାଇଛି। ମାଲାବାର ହିଲ୍ ଏବଂ ପେଦ୍ଦାର ରୋଡ୍‌ରେ ୩୦୯ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି। ଗତ ୨୨ ବର୍ଷ ମଧ୍ୟରେ ଅଗଷ୍ଟ ମାସରେ ଏହା ସର୍ବାଧିକ ବର୍ଷା ରେକର୍ଡ ବୋଲି ଦକ୍ଷିଣ ମୁମ୍ବାଇରେ ଥିବା କୋଲାବା ପାଣିପାଗ ଅବଜ୍‌ର୍‌ଭେଟରି କହିଛି।

ମୁଷଳଧାରାରେ ବର୍ଷା ହେବା ‌ଯୋଗୁଁ ନେରୁଲ୍‌ ଠାରେ ଥିବା ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ବ୍ୟାପକ କ୍ଷତି ହୋଇଛି। ମୁମ୍ବାଇକୁ ଜଳ ଯୋଗାଣ କରୁଥିବା ଅନ୍ୟତମ ରିଜଭୟର୍ସ ଗତ ରାତି ୧୦ଟା ବେଳ ଉଛୁଳି ଚାରିଆଡ଼କୁ ପାଣି ମାଡ଼ିଯାଇଥିଲା।

 

ସମ୍ବନ୍ଧିତ ଖବର