ଏନ୍‌ସିଏଲ୍‌ଟିରେ ସ୍ମରୀ ପାଇପ୍‌ଲାଇନ୍‌ ଅଭିଯୋଗର ଶୁଣାଣି, ଆର୍ସେଲର୍‌ ମିତ୍ତଲକୁ ୧୩୦୦ କୋଟିର ଝଟ୍‌କା

ନୂଆଦିଲ୍ଲୀ: ଶ୍ରେୟୀ ଇନ୍‌ଫ୍ରାଷ୍ଟକ୍‌ଚର୍ ଅଧୀନସ୍ଥ ଓଡ଼ିଶା ସ୍ମରୀ ପାଇପ୍‌ଲାଇନ୍ ଇନ୍‌ଫ୍ରାଷ୍ଟକଚରକୁ ୧୩୦୦ କୋଟି ଟଙ୍କା ପ୍ରଦାନ ପାଇଁ ଜାତୀୟ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲଟି)ର ଅହମ୍ମଦାବାଦ ବେଞ୍ଚ ଆର୍ସେଲର୍‌ ମିତ୍ତଲକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲଟି)ର ଦୁଇ ଜଣିଆ ବେଞ୍ଚର ସଦସ୍ୟ (ବିଧି) ଏମ୍‌ବି ଗୋସାଭି ଓ ସଦସ୍ୟ (ବୈଷୟିକ) ଭି କେ ଗୁପ୍ତାଙ୍କ ଦ୍ୱାରା ଶ୍ରେୟୀ ଇନଫ୍ରାଷ୍ଟକଚର ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ଡିସେମ୍ବର ୧୫ ତାରିଖ ସୁଦ୍ଧା ସିଆଇଏମ୍‌ପି (କର୍ପୋରେଟ୍ ଇନ୍ ସଲ୍‌ଭେନ୍ସି ରିଜୋଲ୍ୟୁସନ ପ୍ରୋସେସ୍) ମୂଲ୍ୟ ବାବଦରେ ଏହି ଅର୍ଥ ପ୍ରଦାନ ପାଇଁ ଆର୍ସେଲର୍‌ ମିତ୍ତଲଙ୍କୁ ଏନସିଏଲଟି ନିର୍ଦ୍ଦେଶ ଦେଇଛନ୍ତି।

କମ୍ପାନୀ ଦେବାଳିଆ ଆଇନ ଅନୁସାରେ ଆର୍ସେଲର୍‌ ମିତ୍ତଲ ଓଡ଼ିଶାରେ ଥିବା ଏସାର ଷ୍ଟିଲର ପ୍ରକଳ୍ପ ଖରିଦ୍ କରିଥିଲା। ଏହି କ୍ରୟ ମୂଲ୍ୟ ମଧ୍ୟରେ ସ୍ମରୀ ପାଇପ୍‌ଲାଇନ୍ ବ୍ୟବହାରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। କିନ୍ତୁ ନିୟମ ଅନୁସାରେ ଏହି ପାଇପ୍‌ଲାଇନ୍‌ର ବ୍ୟବହାର ପାଇଁ ଏହାର ମାଲିକାନା ରଖିଥିବା ଶ୍ରେୟୀ ଇନ୍‌ଫ୍ରାଷ୍ଟକ୍‌ଚର୍‌ ଅଧୀନସ୍ଥ ଓଡ଼ିଶା ସ୍ମରୀ ପାଇପ୍‌ଲାଇନ ଇନଫ୍ରାଷ୍ଟଚରକୁ ଆର୍ସେଲର୍‌ ମିତ୍ତଲ କୌଣସି ଅର୍ଥ ଦେଇନଥିଲା। ଏହା ବିରୋଧରେ ଶ୍ରେୟୀ ଇନଫ୍ରାଷ୍ଟଚର ଏନସିଏଲଟିଙ୍କ ଦ୍ୱାରସ୍ଥ ହୋଇଥିଲା। ଅପରପକ୍ଷେ ଓଡ଼ିଶା ସ୍ମରୀ ପାଇପଲାଇନ ଇନଫ୍ରାଷ୍ଟକଚର ଦ୍ୱାରା ପ୍ରସ୍ତାବ ଯୋଜନାର ଅନୁମୋଦନ ପରେ ଏଭଳି ଏକ ଆବେଦନ ଦାଖଲ କରିବାର ଅଧିକାର ନାହିଁ ବୋଲି ଆର୍ସେଲର୍‌ ମିତ୍ତଲଙ୍କ ପକ୍ଷରୁ କୁହାଯାଇଥିଲା। ଏନସିଏଲଟି ରାୟରେ କର୍ପୋରେଟ୍ ଇନ୍‌ସଲଭେନ୍ସି ରିଜୋଲ୍ୟୁସନ ପ୍ରୋସେସ୍ (ସିଆଇଆରପି) ମୂଲ୍ୟକୁ ଆର୍ସେଲର୍‌ ମିତ୍ତଲଙ୍କ ପ୍ରସ୍ତାବ ଯୋଜନାରେ ବିଚାର କରାଯାଇଥିଲା ବୋଲି ଉଲ୍ଲେଖ କରାଯାଇଛି। ଅପରପକ୍ଷେ ଆର୍ସେଲର୍‌ ମିତ୍ତଲଙ୍କ ଦ୍ୱାରା ପ୍ରସ୍ତାବ ଯୋଜନାର ‌େପ୍ରାଭିଜନ୍‌କୁ ଉଲ୍ଲଘଂନ କରାଯାଇ ସିଆରପି ବାବଦରେ ଅର୍ଥ ପ୍ରଦାନ କରାଯାଇନାହିଁ ବୋଲି ରାୟରେ କୁହାଯାଇଛି। ଏହି ମାମଲାକୁ ଶ୍ରେୟୀ ଇନ୍‌ଫ୍ରଷ୍ଟକଚର ତରଫରୁ ଆଇନଜୀବୀ ରାଜେଶ ସନ୍‌ଜନ୍‌ୱାଲା ଆର୍ସେନାଲ୍‌ ମିତ୍ତଲଙ୍କ ପକ୍ଷରୁ ଆଇନଜୀବୀ ନିରଜ କିଷନ ବୋଲି ଓ ଇସାର ଷ୍ଟିଲ ପକ୍ଷରୁ ଆଇନଜୀବୀ ନବୀନ ପାୱା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର