ବର୍ଲିନ୍‌: ଜର୍ମାନିର ଗୋଟାଏ ‘ବ୍ରୋଞ୍ଜ୍‌ ଯୁଗ’ ଶ୍ମଶାନରୁ ପ୍ରତ୍ନତତ୍ତ୍ବବିତ୍‌ମାନେ ଗୋଟାଏ ଖଣ୍ଡା ଉଦ୍ଧାର କରିଛନ୍ତି। ଉତ୍ତମରୂପେ ସଂରକ୍ଷଣ କରାଯାଇଥିବାରୁ ସେ ଖଣ୍ଡାଟି ଏବେ ବି ଝଟକୁଅଛି ବୋଲି ‘ଦି ବାବେରିଆନ୍‌ ଷ୍ଟେଟ୍‌ ଅଫିସ୍‌ ଫର୍‌ ମୋନୁମେଣ୍ଟ୍‌ ପ୍ରୋଟେକ୍‌ସନ୍‌’ ଜୁନ୍‌ ୧୪ରେ ଜାରି କରିଥିବା ବିବୃତିରେ କହିଛି। ବିବୃତି ଅନୁସାରେ, ନର୍ଡଲିଙ୍ଗେନ୍‌ର ବାବେରିଆନ୍‌ ନଗରୀରେ ଥିବା ଜଣେ ପୁରୁଷ, ମହିଳା ଓ ପିଲାର କବର ଭିତରୁ ଏହି ୩୦୦୦ ବର୍ଷ ପୁରୁଣା ଖଣ୍ଡାଟିକୁ ଉଦ୍ଧାର କରାଯାଇଛି।

Advertisment

publive-image Image Courtesy of NDTV

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଖଣ୍ଡାଟିକୁ ଏମିତି ସଂରକ୍ଷିତ ରଖାଯାଇଥିଲା ଯେ, ତାହା ଏବେ ବି ଝଲମଲ ଦିଶୁଛି। ଏହା ହେଉଛି  ଗୋଟାଏ ‘ବ୍ରୋଞ୍ଚ୍‌ ଫୁଲ୍‌-ହିଲ୍‌ଟ୍‌ ସୋର୍ଡ’ (ଆଠକୋଣିଆ ବେଣ୍ଟ ଥିବା ଖଣ୍ଡା) । ଏହାର ଆଠକୋଣିଆ ବେଣ୍ଟ ବା ‘ପାଳି’ ସମ୍ପୂର୍ଣ୍ଣରୂପେ ‘ବ୍ରୋଞ୍ଜ୍‌’ରେ ତିଆରି ହୋଇଛି।

publive-image Image Courtesy of NY Post

‘ଲାଇଭ୍‌ ସାଇନ୍‌ସ୍‌’ ରିପୋର୍ଟ ଅନୁସାରେ, ଏହି ଖଣ୍ଡାଟି ଖ୍ରୀଷ୍ଟପୂର୍ବ ଚତୁର୍ଦ୍ଦଶ ଶତକର ବୋଲି ପ୍ରତ୍ନତତ୍ତ୍ବବିତ୍‌ମାନେ କହୁଛନ୍ତି। ଅଧିକାଂଶ ‘ବ୍ରୋଞ୍ଜ୍‌ ମଧ୍ୟ-ଯୁଗୀୟ’ କବର ଲୁଟ୍‌ ହୋଇଯାଇଥିବାରୁ ଏ ସମୟରେ ଏ ଅଞ୍ଚଳରୁ ଖଣ୍ଡା ଆବିଷ୍କୃତ ହେବା ବିରଳ ଘଟଣା।

କେବଳ ସୁଦକ୍ଷ କମାରମାନେହିଁ ଆଠକୋଣିଆ ବେଣ୍ଟଯୁକ୍ତ ଖଣ୍ଡା ତିଆରି କରିବାରେ ସିଦ୍ଧହସ୍ତ ଥିଲେ। ଏହି ଖଣ୍ଡାର ପତ୍ର ଘୋରି ହୋଇ ନ ଥିବାରୁ ଏବଂ ସେଥିରେ କ‌ୌଣସି କଟା ଦାଗ ନ ଥିବାରୁ ମନେହେଉଛି, ତାହାକୁ କେବଳ ଉତ୍ସବକାଳୀନ ବିଧି ଭାବେ ବ୍ୟବହାର କରାଯାଉଥିଲା। ଏବେ ମଧ୍ୟ ଏହାକୁ ହଣାକଟା ପାଇଁ ବ୍ୟବହାର କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।