ମାଙ୍ଗାଲୁରୁ : କର୍ଣ୍ଣାଟକର ମାଙ୍ଗାଲୁରୁ ଉପକଣ୍ଠରେ ଥିବା ଏକ ପୁରୁଣା ମସ୍ଜିଦ ତଳେ ହିନ୍ଦୁ ମନ୍ଦିର ସ୍ଥାପତ୍ୟ ଦେଖିବାକୁ ମିଳିଛି। ଜୁମା ମସ୍ଜିଦର ନବୀକରଣ କାର୍ଯ୍ୟ ସମୟରେ ଏପ୍ରିଲ ମାସରେ ମାଙ୍ଗାଲୁରୁର ଗୁରୁପ୍ରା ତାଲୁକର ମଲାଲି ମାର୍କେଟ ମସ୍ଜିଦ ପରିସରରେ ଏହି ସ୍ଥାପତ୍ୟ ଆବିଷ୍କୃତ ହୋଇଥିଲା। ମସ୍ଜିଦ କର୍ତ୍ତୃପକ୍ଷଙ୍କ ଦ୍ୱାରା ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ମସଜିଦର ଏକ ବଡ଼ ଅଂଶ ପୂର୍ବରୁ ଭାଙ୍ଗି ଦିଆଯାଇଛି।
କିଛି ପୁରୁଖା ଲୋକଙ୍କ କହିବାନୁଯାୟୀ, ମସଜିଦ ନିର୍ମାଣ ପୂର୍ବରୁ ଉକ୍ତ ସ୍ଥାନରେ ଏକ ଭବ୍ୟ ମନ୍ଦିର ଥିଲା। ଏ ବାବଦ ଦସ୍ତାବିଜ ଯାଞ୍ଚ ନହେବା ଯାଏଁ ମସ୍ଜିଦ ନବୀକରଣ କାର୍ଯ୍ୟ ବନ୍ଦ ରଖିବାକୁ ବିଶ୍ୱ ହିନ୍ଦୁ ପରିଷଦର ନେତାମାନେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ବାରଣାସୀର ଜ୍ଞାନବାପି ମସଜିଦ ବିବାଦ ମଧ୍ୟରେ ଏହି ପ୍ରସଙ୍ଗ କର୍ଣ୍ଣାଟକରେ ଆଗକୁ ସରଗରମ ହେବ ବୋଲି ଅନୁମାନ କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/hindu-temple-ani-1650599850.jpg)