ଆସନ୍ତା ୧୫ ବର୍ଷ ମଧ୍ୟରେ ଆର୍କଟିକ୍‌ର ବରଫ ସମୁଦ୍ରରେ ମିଳାଇ ଯାଇପାରେ: ଗବେଷଣା

ନୂଆଦିଲ୍ଲୀ: ଆମେ ଆଗରୁ ଜାଣିଛୁ ଯେ ବିଶ୍ବ ତାପନ ଏବଂ ଜଳବାୟୁ ପରିବର୍ତ୍ତନ ପୃଥିବୀ ପୃଷ୍ଠର ବରଫ ଅଞ୍ଚଳଗୁଡିକୁ ତରଳାଇବାର ପ୍ରମୁଖ କାରଣ ହୋଇଥାଏ, ଏହା ଆଣ୍ଟାର୍କଟିକ୍ ହେଉ ଅବା ଆର୍କଟିକ୍।

ତେବେ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆସନ୍ତା ୧୫ ବର୍ଷ ମଧ୍ୟରେ ଆର୍କଟିକ୍‌ର ବରଫ ସମୁଦ୍ରରେ ମିଳାଇ ଯାଇପାରେ। ଏକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଏହା ଆମ ଗ୍ରହର ସାମ୍ପ୍ରତିକ ସ୍ଥିତିକୁ ୧୨୭,୦୦୦ ବର୍ଷ ପୂର୍ବେ ଘଟିଥିବା ବରଫ ଯୁଗ ସହିତ ତୁଳନା କରିଥାଏ।

ଗବେଷକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଗତ ମଧ୍ୟାନ୍ତର କାଳରେ ସମୁଦ୍ର ବରଫ ସଂପୂର୍ଣ୍ଣ ତରଳି ଯାଇଥିଲା। ସେମାନେ ଆହୁରି ବି ଦାବି କରିଛନ୍ତି କି ବର୍ତ୍ତମାନ ପୃଥିବୀ ହୋଲୋସିନ୍ ନାମକ ଅନ୍ୟ ଏକ ମଧ୍ୟାନ୍ତର କାଳ ଦେଇ ଗତି କରୁଛି।

The Financial Express

ଗବେଷକ ଡକ୍ଟର ମାରିଆ ଭିଟୋରିଆ ଗୁଆରିନୋ ବ୍ୟାଖ୍ୟା କରି କହିଛନ୍ତି ଯେ ଗତ ଉଷ୍ମ ସମୟକୁ ଅଧ୍ୟୟନ କରି ସେମାନେ ଏକ ଉଷ୍ମ ଦୁନିଆରେ ପୋଲାର ଅଞ୍ଚଳର ସମ୍ବେଦନଶୀଳତା ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି, ଯାହା ଭବିଷ୍ୟତକୁ ଉନ୍ନତ କରିବାରେ ସାହାଯ୍ୟ କରିବ। ଗବେଷମାନେ ଆହୁରି ବି କହିଛନ୍ତି ଯେ ଆଜିର ତାପମାତ୍ରା ବୃଦ୍ଧି ବିଶେଷ କରି ଆନ୍ଥ୍ରୋପୋଜେନିକ୍ ଉତ୍ତାପ (ମାନବ କାରଣ) ହେତୁ ହେଉଛି। ସେହିପରି ଅନ୍ୟ ଜଣେ ଗବେଷକ ଡକ୍ଟର ଲୁଇସ୍‌ ମିସ୍‌ କହିଛନ୍ତି, ‘୨୦୩୫ ସୁଦ୍ଧା ସମୁଦ୍ର-ବରଫ ନଷ୍ଟ ହେବାର ଆଶଙ୍କା କରାଯାଉଛି।’

ସମ୍ବନ୍ଧିତ ଖବର