ଶ୍ରୀନଗର: ପୁଣି ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ । ଶ୍ରୀନଗର ମାଟିରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ରଣହୁଙ୍କାର । ପାକିସ୍ତାନର ପରମାଣୁ ଧମକ ନେଇ ମୁହଁ ଖୋଲିଲେ ରାଜନାଥ । କହିଲେ ପାକିସ୍ତାନର ପରମାଣୁ ଧମକରେ ଆମେ ଡରିଲୁନି ବରଂ ଧମକର ଜବାବ ଦେଲୁ । ତାଙ୍କ ଘରେ ପଶି ମାରିଲୁ... ପାକିସ୍ତାନ ପରି ସୈତାନ ଦେଶ ଯିଏ ଆତଙ୍କୀଙ୍କୁ ପୋଷିଛି ତା ହାତରେ ପରମାଣୁ ବୋମା ରହିବା କେତେ ଠିକ୍, କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରି ବିଶ୍ବର ନଜର ପାକିସ୍ତାନର ପରମାଣୁ ଉପରେ ପକାଇଛନ୍ତି ରାଜନାଥ ।
ବିଶ୍ବ ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସାରା ବିଶ୍ବ ଦେଖିଛି କେମିତି ପାକିସ୍ତାନ ଦାୟିତ୍ବହୀନ ଭାବେ ଭାରତକୁ ଲଗାତାର ଭାବେ ପରମାଣୁ ଧମକ ଦେଇ ଆସୁଥିଲା । ପାକିସ୍ତାନ ପରି ଏକ ଦାୟିତ୍ବହୀନ ଦେଶ ପାଖରେ ପରମାଣୁ ରହିବା ସୁରକ୍ଷିତ କି ? ଆଇଏଇଏ ତୁରନ୍ତ ଏହା ବିରୋଧରେ ଆକ୍ସନ ନେବା କରୁରୀ ବୋଲି ରାଜନାଥ କହିଛନ୍ତି ।
#WATCH श्रीनगर, जम्मू-कश्मीर: रक्षा मंत्री राजनाथ सिंह ने कहा, "... पूरी दुनिया ने देखा है कि कैसे ग़ैर ज़िम्मेदाराना तरीक़े से पाकिस्तान द्वारा भारत को अनेक बार एटमी धमकियां दी गईं हैं। आज श्रीनगर की धरती से मैं पूरी दुनिया के सामने यह सवाल उठाना चाहता हूं कि क्या ऐसे ग़ैर… pic.twitter.com/F9tbVznUbK
— ANI_HindiNews (@AHindinews) May 15, 2025
ତେବେ ପାକିସ୍ତାନକୁ ପରୋକ୍ଷରେ ଭିକାରୀ କରି କଟାକ୍ଷ କରିଛନ୍ତି ରାଜନାଥ । କହିଛନ୍ତି, ପାକିସ୍ତାନ ଯେଉଁଠି ଛିଡା ହେବ ସେଠି ମାଗିବା ଲୋକଙ୍କ ଧାଡ଼ି ଆରମ୍ଭ ହେବ । ପାକିସ୍ତାନ ଆଇଏମଏଫ ପାଖରୁ ଋଣ ଆଣିଛି ହେଲେ ଭାରତ ଅନ୍ୟ ଦେଶକୁ ଫଣ୍ଡ ଦେଉଛି । ଶ୍ରୀନଗରରେ ଯବାନଙ୍କୁ ଭେଟିବା ସହ ପାକିସ୍ତାନର ଡ୍ରୋନ, ମିସାଇଲକ ଧ୍ବଂସାବଶେଷ ଦେଖିଛନ୍ତି ରାଜନାଥ ।
#WATCH श्रीनगर, जम्मू-कश्मीर: रक्षा मंत्री राजनाथ सिंह ने कहा, "रही बात पाकिस्तान की, तो वह देश तो, मांगते-मांगते अपनी जहालत से एक ऐसी हालत में आ गया है, कि उसके बारे में यह भी कहा जा सकता है, कि पाकिस्तान जहां खड़ा होता है, वहीं से मांगने वालों की लाइन शुरू होती है। अभी आपने… pic.twitter.com/wzL519YDsE
— ANI_HindiNews (@AHindinews) May 15, 2025
ଅପରେସନ ସିନ୍ଦୂରର ବଡ଼ ସଫଳତା ଏବଂ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଶ୍ରୀନଗର ଯାଇ ବୀର ଯବାନଙ୍କ ସାହସକୁ ସଲାମ୍ କରି ଯବାନଙ୍କ ମନୋବଳ ବଢାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ତାସହ ପାକ୍ ଉପରେ ପ୍ରହାର କରି ରାଜନାଥ କହିଲେ, ସେମାନେ ସେମାନେ ଆମ ମୁଣ୍ଡକୁ ମାରିଲେ, ଆମେ ସେମାନଙ୍କ ଛାତିକୁ ମାରିଲୁ । ସେମାନେ ଧର୍ମ ପଚାରି ମାରିଥିଲେ ଆମେ ସେମାନଙ୍କ କର୍ମ ଦେଖି ମାରିଲୁ । ଆତଙ୍କବାଦ ନେଇ ଭାରତ ସବୁବେଳେ କଠୋର । ଆମେ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଛୁ, ସେମାନଙ୍କ ଆଡ୍ଡା ଧ୍ବଂସ କରିଛୁ । ଆତଙ୍କୀ ଏବଂ ଆତଙ୍କବାଦର ନିପାତ ପାଇଁ ଆମେ ଯେକୌଣସି ସ୍ତରକୁ ବି ଯାଇପାରୁ । ଆତଙ୍କବାଦ ଏବଂ ଆଲୋଚନା ଏକାସାଙ୍ଗେ ହୋଇପାରିବନି ବୋଲି କହି ରାଜନାଥ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ।
ଜାମ୍ମୁକାଶ୍ମୀରବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରତିରକ୍ଷା ମନ୍ତ୍ରୀ । ସେମାନଙ୍କ ସାହସ ଓ ରାଗ ପାଇଁ ପାକିସ୍ତାନ ଆଜି ପାନେ ପାଇଛି , ଆତଙ୍କୀଙ୍କ ଆଡ୍ଡା ନଷ୍ଟ ହୋଇଛି । ତେବେ ଅପରେସନ ସିନ୍ଦୂର କେବଳ ନାଁ ନୁହେଁ ଏହା ଏକ ପ୍ରତିବଦ୍ଧତା। ଯେଉଁଥିରେ ଭାରତ ଦେଖାଇଛି ଯେ ଆମେ କେବଳ ସୁରକ୍ଷା ଦେଉନା ବରଂ ସମୟ ଆସିଲେ ଆମେ କଠିନ ନିଷ୍ପତ୍ତି ବି ନେଇପାରୁ । ଏହି ଅପରେସନ ପ୍ରତି ସୈନିକଙ୍କ ଆଖିରେ ଦେଖାଯାଇଥିବା ଏକ ସ୍ୱପ୍ନ ଥିଲା । ଯବାନଙ୍କ ସ୍ବପ୍ନ ଥିଲା- ଯେ, ଆମେ ଆତଙ୍କବାଦୀଙ୍କ ଆଡ୍ଡାରେ ପହଞ୍ଚିବୁ ଆଉ ମାରିବୁ... ସେମାନେ ଯେଉଁଠି ବି ଲୁଚିଥିଲେ ବି ଖୋଜି ଖୋଜି ମାରିବୁ... ଏବଂ ଶତ୍ରୁର ଛାତିକୁ ଚିରି, ଆତଙ୍କୀ ଆଡ୍ଡା ଧ୍ୱଂସ କରି ଆମ ମାଟିକୁ ଫେରିବୁ ...