ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଯୌନଉତ୍ପୀଡ଼ନ ମାମଲା ବଢୁଛି କି

ନୂଆଦିଲ୍ଲୀ: ହରିୟାଣାରୁ ଜଣେ ୨୦ ବର୍ଷୀୟ ଝିଅ ଦିଲ୍ଲୀ ୟୁନିଭର୍ସିଟି କଲେଜରେ ଅଧ୍ୟୟନ କରିବାକୁ ଆସିଥିଲେ। ଦୁଇ ମାସ ପରେ ତାଙ୍କୁ ଜଣେ ପୁରୁଷ ପ୍ରଧ୍ୟାପକ ଯୌନ ଉତ୍ପୀଡ଼ନ ଦେଉଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ପ୍ରଧ୍ୟାପକଙ୍କୁ ଗିରଫ କରାଯାଇ ପୁଣି ଜାମିନ୍‌ରେ ଛାଡ଼ି ଦିଆଗଲା। ଡିୟୁରେ ପ୍ରଧ୍ୟାପକଙ୍କ ଦ୍ୱାରା ଛାତ୍ରୀ ଉତ୍ପୀଡ଼ିତା ହେବା ଏହା ପ୍ରଥମ ଘଟଣା ନ ଥିଲା।

୨୦୧୪ରୁ ୨୦୧୮ ମଧ୍ୟରେ ଦିଲ୍ଲୀ ପୁଲିସ ୨୮ଟି ଯୌନ ଉତ୍ପୀଡ଼ନ ମାମଲା ଆଇପିସି ଧାରା ୩୫୪ଏ ଓ ୩୫୪ଡି ଆଧାରରେ ରୁଜୁ କରିଛି। ଏହି ମାମଲା ସବୁରେ ବିଶେଷକରି ନର୍ଥ କ୍ୟାମ୍ପସ୍‌ରେ ଥିବା ସମ୍ମାନଜନକ ମହିଳା ମହାବିଦ୍ୟାଳୟର। ଛାତ୍ରୀମାନଙ୍କୁ ପ୍ରଧ୍ୟାପକମାନେ ହଇରାଣ କରିବା, ଯୌନଦ୍ଦୀପକ ମନ୍ତବ୍ୟ ଦେବା ଓ ପିଛାକରିବା ଆଦି ରିପୋର୍ଟ କରାଯାଇଛି।

ଯୌନ ନିର୍ଯାତନା ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିସନ୍‌ଙ୍କ ଗାଇଡ୍‌ଲାଇନ୍‌ କହେ ଯେ ପ୍ରତି କଲେଜରେ ଇଣ୍ଟର୍‌ନାଲ୍‌ କମ୍ପ୍ଲେଣ୍ଟ୍‌ସ୍‌ କମିଟି ରଖାଯିବା ବାଧ୍ୟତାମୂଳକ।

ଏଥିରେ ଜଣେ ମହିଳା ପ୍ରିଜାଇଡିଙ୍ଗ୍‌ ଅଧିକାରୀ, ଦୁଇ ଜଣ ଫାକଲ୍‌ଟି ମେମ୍ବର୍‌, ଦୁଇ ଜଣ ଅଣ-ଶିକ୍ଷକ କର୍ମଚାରୀ, କୌଣସି ଏନ୍‌ଜିଓରୁ ଜଣେ ପ୍ରତିନିଧି ଏବଂ ତିନି ଜଣ ନିର୍ବାଚିତ ଛାତ୍ର ପ୍ରତିନିଧି ରହିବେ।

ଆଇସିସି ରହିଛି ବୋଲି ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯିବା ଉଚିତ ବୋଲି ଗାଇଡ୍‌ଲାଇନ୍‌ କହୁଛି। କିନ୍ତୁ, ଦିଲ୍ଲୀ ପୁଲିସ କହୁଛି କି, ଆଇସିସି ଅଛି ବୋଲି ୮୦% ମାମଲାରେ ଅଭିଯୋଗକାରିଣୀମାନେ ଜାଣି ନାହାନ୍ତି।

ଏହି ସବୁ ମାମଲା ବୁଝାବୁଝି କରୁଥିବା ଜଣେ ବରିଷ୍ଠ ଅଧିକାରୀ କହନ୍ତି: ଆମେ ଅନେକ ଲିଖିତ ଅଭିଯୋଗ ପାଉଛୁ। କିନ୍ତୁ, କଲେଜ ପ୍ରଶାସନର ଚାପ ଯୋଗୁଁ ଅଧିକାଂଶ ସମସୟରେ ଛାତ୍ରୀମାନେ ଅଭିଯୋଗ ଫେରାଇ ନେଉଛନ୍ତି।

ସମ୍ବନ୍ଧିତ ଖବର