ନୂଆଦିଲ୍ଲୀ: ଫିଟ୍ ଇଣ୍ଡିଆ ଡାଇଲଗରେ ଫିଟନେସ ଆଇକନଙ୍କ ସହ ଆଜି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ କ୍ରିକେଟିଅର ବିରାଟ କୋହଲି, ମଡେଲ ମିଲିନ୍ଦ ସୁମନ ଓ କାଶ୍ମୀରରେ ପଥର ଫିଙ୍ଗାଳୀରୁ ଫୁଟବଲ ଖେଳାଳି ବନିଥିବା ଅଫଶାନା ଆଶିକଙ୍କ ସହ କଥା ହୋଇଛନ୍ତି ମୋଦୀ । ୟୋ ୟୋ ଟେଷ୍ଟ ନେଇ ବିରାଟ କୋହଲିଙ୍କୁ ମୋଦୀ ପ୍ରଶ୍ନ କରିଛନ୍ତି । ସେହିପରି ୫୫ବର୍ଷୀୟ ମିଲିନ୍ଦଙ୍କୁ ପଚାରିଛନ୍ତି ଫିଟ ରହିବାର ରହସ୍ୟ।
ତେବେ ମୋଦୀ ବିରାଟଙ୍କୁ ପ୍ରଶ୍ନ କରିଥିଲେ ଯେ ଖେଳାଳିଙ୍କୁ ଫିଟ୍ ରହିବା ପାଇଁ ୟୋ ୟୋ ଟେଷ୍ଟର କାହିଁକି ଆବଶ୍ୟକତା ଥାଏ । ତେବେ ଏହି ପ୍ରଶ୍ନର ଉତ୍ତର ଦେଇ ବିରାଟ କହିଥିଲେ ଯେ ବର୍ତ୍ତମାନ ସମୟରେ ଖେଳାଳିଙ୍କୁ ଫିଟ୍ ରହିବା ଦରକାର । ପୂର୍ବରୁ ଟେଷ୍ଟ ଖେଳାଳିମାନେ ଖେଳ ଅଧାରୁ ହାଲିଆ ହୋଇ ଯାଉଥିଲେ । ଫିଟନେଓ ଅଭାବରୁ ଏପରି ହୋଇଥାଏ ବୋଲି ବିରାଟ କୋହଲି କହିଥିଲେ ।
/sambad/media/post_attachments/wp-content/uploads/2020/09/milindmodi1.jpg)
ସେହିପରି ୫୫ବର୍ଷୀୟ ମଡେଲ ମିଲିନ୍ଦଙ୍କୁ ପଚାରିଥିଲେ, ଆଚ୍ଛା, ପ୍ରକୃତରେ ତୁମ ବୟସ କ’ଣ ୫୫? ଏତେ ଫିଟ୍ କେମିତି ରହୁଛ? ତୁମ ଫିଟ୍ନେସର ରାଜ୍ କ’ଣ?