ନୂଆଦିଲ୍ଲୀ: କେରଳର ନୂଆ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ ପ୍ରଗତିଶୀଳ ମୁସ୍ଲିମ୍ ଚେହେରା ଭାବେ ପରିଚିତ ଏବଂ ତିନି ତଲାକ ବିରୋଧୀ ଆଇନ୍ର ଜଣେ ଦୃଢ଼ ସମର୍ଥକ। ୧୯୮୬ରେ ସାହବାନୋ ମାମଲାରେ ସୁପ୍ରିମ୍ କୋର୍ଟ ରାୟକୁ କାର୍ଯ୍ୟକାରୀ କରାଇ ନଦେବାକୁ ରାଜୀବ ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ସଂସଦରେ ବିଲ୍ ଗୃହୀତ କରାଇବାକୁ ବିରୋଧ କରି ସେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦେଶରେ ଏବେ ଯେଉଁ ‘ବନ୍ଦେ ମାତରମ୍’କୁ ନେଇ କିଛି ଲୋକ ବିବାଦୀୟ ସ୍ଥିତି ସୃଷ୍ଟି କରିଛନ୍ତି, ତାହାର ଉର୍ଦ୍ଦୁ ଅନୁବାଦ କରି ଚର୍ଚ୍ଚାରେ ରହିଛନ୍ତି ଆରିଫ୍। ତିନି ତଲାକ୍ ବ୍ୟବସ୍ଥାର ଉଚ୍ଛେଦକୁ ଦୃଢ଼ ସମର୍ଥନ କରିବା ସହ ମୋଦୀ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଆରିଫ୍। ଧାରା ୩୭୦ ହଟାଯିବା ନେଇ ମଧ୍ୟ ସେ ମୋଦୀ ସରକାରଙ୍କୁ ପ୍ରଶଂସା କରି ଏହା ଦେଶ ସ୍ବାର୍ଥରେ ଏକ ବଡ଼ ପଦକ୍ଷେପ ବୋଲି କହିଥିଲେ।
ରାଜୀବଙ୍କ କ୍ୟାବିନେଟ୍ରୁ ଇସ୍ତଫା ଦେଇଥିଲେ ଆରିଫ୍
‘ବନ୍ଦେ ମାତରମ୍’ର ଉର୍ଦ୍ଦୁ ଅନୁବାଦ କରିଛନ୍ତି
/sambad/media/post_attachments/wp-content/uploads/2019/09/Arif-Mohammad-Khan-Keralas-New-Governor-644x362.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)