ବାଟଲା ହାଉସ ଏନକାଉଣ୍ଟର: ଦିଲ୍ଲୀ ପୁଲିସ ଇନସ୍ପେକ୍ଟରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅରିଜ ଖାନ ଦୋଷୀ ସାବ୍ୟସ୍ତ

ମାର୍ଚ୍ଚ ୧୫ରେ ହେବ ଦଣ୍ଡ ଘୋଷଣା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାଟଲା ହାଉସ ଏନକାଉଣ୍ଟରକୁ ନେଇ ଦିଲ୍ଲୀର ସାକେତ କୋର୍ଟ ସୋମବାର ଦିନ ନିଜ ରାୟ ଶୁଣାଇଛନ୍ତି। କୋର୍ଟ ଭାରତୀୟ ମୁଜାହିଦ୍ଦିନ ଆତଙ୍କବାଦୀ ଅରିଜ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମାର୍ଚ୍ଚ ୧୫ରେ ଅରିଜର ଦଣ୍ଡ ଘୋଷଣା କରାଯିବ ବୋଲି କହିଛନ୍ତି।

କୋର୍ଟ ୩୦୨, ୩୦୭ ଏବଂ ଆର୍ମସ୍ ଆକ୍ଟରେ ଅରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାର ସମୟରେ, ପରବର୍ତ୍ତୀ ତାରିଖରେ ଅରିଜ ଖାନ ଏବଂ ତାଙ୍କ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ସୂଚନା ଆଣି କୋର୍ଟକୁ ଦେବାକୁ ଅନୁସନ୍ଧାନକାରୀ ଅଧିକାରୀଙ୍କୁ କୁହାଯାଇଛି। ସମ୍ପତ୍ତିର ସୂଚନା ମିଳିବା ପରେ ପରିବାରଠାରୁ କେତେ ପରିମାଣର ଅର୍ଥ ଜରିମାନା ଆକାରରେ ନିଆଯାଇପାରିବ, ସେ ନେଇ କୋର୍ଟ ନିଷ୍ପତ୍ତି ନେବେ।

साल 2008 में हुआ था बाटला हाउस एनकाउंटर मामला (फाइल फोटो)
aajtak

୨୦୦୮ରେ ଦିଲ୍ଲୀରେ ବାଟଲା ହାଉସରେ ହୋଇଥିବା ଏନକାଉଣ୍ଟର ପରେ ଅରିଜ ଖାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା, ହେଲେ ୨୦୧୮ମସିହାରେ ନେପାଳରୁ ତାକୁ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଗିରଫ କରିଥିଲା। ୨୦୦୮ରେ ହୋଇଥିବା ଏନକାଉଣ୍ଟର ସମୟରେ ଇନସ୍ପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କର ମୃତ୍ୟୁ ହୋଇଥିଲା। ଜାମିଆ ନଗରରେ ହୋଇଥିବା ଏନକାଉଣ୍ଟର ସମୟରେ ଅରିଜ ଖାନ ଅନ୍ୟ ଚାରିଜଣଙ୍କ ସହ ବାଟଲା ହାଉସରେ ଉପସ୍ଥିତ ଥିବା ଦିଲ୍ଲୀ ପୁଲିସ ଦାବି କରିଥିଲା। ହେଲେ ଏନକାଉଣ୍ଟର ସମୟରେ ଅରିଜ ଖାନ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ପରେ ତାକୁ ଗିରଫ କରିବା ପାଇଁ ଏନଆଇଏ ୧୦ଲକ୍ଷ ଟଙ୍କା ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ଷଡ଼ଯନ୍ତ୍ର, ଆତଙ୍କବାଦୀ ନିଯୁକ୍ତି, ରାଜ୍ୟ ବିରୋଧରେ ଯୁଦ୍ଧ କରିବା ଏବଂ ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରିବା ନେଇ ଏନଆଇଏ ଅରିଜ ଖାନ ବିରୋଧରେ ଏତଲା ଲେଖିବା ସହ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ୨୦୧‌୮ରେ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର