ଡ୍ରଗ୍ସ ମାମଲାର ଯାଞ୍ଚ୍‌ ପାଇଁ ମୁମ୍ବାଇସ୍ଥିତ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଲେ ଅଭିନେତା ଅଜୁର୍ନ ରାମପାଲ

ମୁମ୍ବାଇ:ଡ୍ରଗ୍‌ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପ୍ରଶ୍ନର ସାମ୍ନା କରିବାକୁ ମୁମ୍ବାଇର ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବଲିଉଡ୍‌ ଅଭିନେତା ଅଜୁର୍ନ ରାମପାଲ। ଅଜୁର୍ନଙ୍କୁ ଡିସେମ୍ବର ୧୬ରେ ଏନ୍‌ସିବି କାର୍ଯ୍ୟାଳରେ ପହଞ୍ଚିବାକୁ ପୂର୍ବରୁ କୁହଯାଇଥିଲା। ସେ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଆଉ କିଛି ଦିନ ସମୟ ମାଗିଥିଲେ। ଆଜି ଅଜୁର୍ନ ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ପାଇଁ ଏଜେନ୍ସି ସମ୍ମୁଖରେ ହାଜର ହୋଇଛନ୍ତି।

ଏହାପୂର୍ବରୁ, ଏନସିବି ନଭେମ୍ବର ୧୩ ତାରିଖରେ ରାମପାଲଙ୍କୁ ପ୍ରାୟ ସାତ ଘଣ୍ଟା ପଚରାଉଚରା କରିଥିଲା। ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ତାଙ୍କ ଅଷ୍ଟ୍ରେଲୀୟ ବନ୍ଧୁ ପଲ୍ ବାର୍ଟେଲଙ୍କୁ ଗିରଫ କରାଯିବା ପରେ ଅଜୁର୍ନ ରାମପାଲଙ୍କୁ ଏନ୍‌ସିବିର ସାମ୍ନା କରିବାକୁ ପଡ଼ିଥିଲା।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୩ ରେ ଅର୍ଜୁନଙ୍କୁ ଏନସିବି ପଚରାଉଚରା କରିଥିଲା। ଅର୍ଜୁନଙ୍କ ବାନ୍ଧବୀ ଗାବ୍ରିଏଲା ଡେମେଟ୍ରିଏଡସ୍ ଙ୍କୁ ମଧ୍ୟ ଦୁଇ ଦିନ ପଚରାଉଚରା କରିଥିଲା ଏନସିବି। ନଭେମ୍ବର ୯ ରେ ଅର୍ଜୁନଙ୍କ ଘରେ ଚଢ଼ଉ କରିବା ପରେ ଏନସିବି ଅଧିକାରୀମାନେ ଦୁହିଁଙ୍କୁ ପଚରାଉଚରା ପାଇଁ ଡକାଇଥିଲେ। ଏହା ସହ ଅର୍ଜୁନଙ୍କ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରି ଏନସିବି ଅଧିକାରୀମାନେ ପଚରାଉଚରା କରିଥିଲେ। ଏହି ଘଟଣା ପୂର୍ବରୁ ଏନସିବି ବାନ୍ଧବୀ ଗେବ୍ରିଏଲା ଡେମୋଟ୍ରିଏଡସଙ୍କ ଭାଇ ଅଗିସିୟାଲୋସଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କ ପାଖରୁ ହସିଷ ଓ ଏଲ୍‌ପ୍ରୋଜୋଲନର୍‌ ଟାବଲେଟ୍ ଜବତ କରାଯିବା ପରେ ଗେବ୍ରିଏଲାଙ୍କ ଭାଇକୁ ଗିରଫ କରି ଅଜୁର୍ନ ଏବଂ ଗେବ୍ରିଏଲାଙ୍କ ଘରେ ଚଢ଼ଉ କରିଥିଲା ଏନସିବି।

 

ସମ୍ବନ୍ଧିତ ଖବର