ମୁମ୍ବାଇ: ‌ ଡ୍ରଗ୍ସ ଲିଙ୍କ ମାମଲାକୁ ନେଇ ଏନସିବି ଅଡ଼ିସରେ ପହଞ୍ଚିଛନ୍ତି ବଲିଉଡ ଅଭିନେତା ଅଜୁର୍ନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସ। ନଭେମ୍ବର ୯ରେ ଏନସିବି ଅଜୁର୍ନଙ୍କ ଘରେ ଚଢ଼ଉ କରିଥିବା ବେଳେ ଆଜି ସକାଳେ ପଚରାଉଚରା ପାଇଁ ସମନ ପଠାଇଥିଲା। ସମନ ପାଇ ପଚରାଉଚରା ପାଇଁ ଗେବ୍ରିଏଲା ଏନସିବି ଅଫିସରେ ପହଞ୍ଚିସାରିଛନ୍ତି। ଗେବ୍ରିଏଲାଙ୍କ ସହ ଅଜୁର୍ନଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ ପଠାଯାଇଛି। ଅଜୁର୍ନଙ୍କ ପୂର୍ବରୁ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଜେରା କରିଥିଲେ ଏନସିବି ଟିମ।

Advertisment

Arjun Rampal’s girlfriend Gabriella Demetriades leaving for the NCB office on Wednesday morning. hindustantimes

ଏହା ପୂର୍ବରୁ ଏନସିବି ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କ ଭାଇ ଅଗିସିୟାଲୋସଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କ ପାଖରୁ ହସିଷ ଓ ଏଲ୍‌ପ୍ରୋଜୋଲନର୍‌ ଟାବଲେଟ୍ ଜବତ କରାଯାଇଥିଲା। ଅଜୁର୍ନଙ୍କ ପୂର୍ବରୁ ଏନସିବି ଫିଲ୍ମ ପ୍ରଯୋଜକ ଫିରୋଜ ନାଦିଆଦୱାଲାଙ୍କ ଘରେ ଚଢ଼ାଉ କରି ତାଙ୍କ ପତ୍ନୀ ଶବାନା ସଇଦଙ୍କୁ ଗିରଫ କରିଥିଲା। ପ୍ରଯୋଜକ ଫିରୋଜ ନାଦିଆଦୱାଲାଙ୍କ ଘରେ ଏନସିବିର ରେଡ୍‌ ପଡ଼ିଥିବା‌ ବେଳେ ତାଙ୍କ ଘରୁ ଏନ୍‌ସିବି କିଛି ମାତ୍ରାରେ ଡ୍ରଗ୍ସ ଜବତ କରିଥିଲା। ତଦନ୍ତକାରୀ ସଂସ୍ଥା ଏନେଇ ନାଦିଆଦୱାଲାଙ୍କୁ ସମନ୍ କରିଥିବା ସହ ତାଙ୍କ ପତ୍ନୀଙ୍କୁ ଏନ୍‌ସିବିର ପ୍ରଶ୍ନୋତ୍ତରକୁ ସାମ୍ନା କରିବାକୁ ପଡ଼ିଥିଲା। ତେବେ ପଚରାଉଚରା ପରେ ଏନସିବି ଶବାନା ସଇଦଙ୍କୁ ନଭେମ୍ବର ୯ରେ ଗିରଫ କରିଥିଲା ।

Arjun Rampal's girlfriend Gabriella Demetriades reaches NCB for questioning  in drug probe - Movies News India Today