ଶ୍ରୀଲଙ୍କାର ତେଲମନ୍ତ୍ରୀ ଅର୍ଜୁନ ରଣତୁଙ୍ଗା ଗିରଫ

କଲୋମ୍ବୋ : ଏକ ଗୁଳିକାଣ୍ଡ ଘଟଣାରେ ଶ୍ରୀଲଙ୍କା ପୁଲିସ ଆଜି ଦେଶର ତେଲମନ୍ତ୍ରୀ ତଥା ପୂର୍ବତନ କ୍ରିକେଟିୟର ଅର୍ଜୁନ ରଣତୁଙ୍ଗାଙ୍କୁ ଗିରଫ କରିଛି । ଏହା ସହିତ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିଚଳାଇଥିବା ରଣତୁଙ୍ଗାଙ୍କ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି । କଲୋମ୍ବୋ ପୁଲିସର ମୁଖପାତ୍ର ରୁଓ୍ଵାନ ଗୁଣଶେଖରା କହିଛନ୍ତି ଯେ କଲୋମ୍ବୋ କ୍ରାଇମ ଡିଭିଜନ ପକ୍ଷରୁ ରଣତୁଙ୍ଗା ଓ ତାଙ୍କ ସୁରକ୍ଷା କର୍ମୀଙ୍କୁ ଗିରଫ କରାଯାଇଛି । ରଣତୁଙ୍ଗାଙ୍କ ଗିରଫ ପରେ ଶ୍ରୀଲଙ୍କାରେ ଚାଲିଥିବା ରାଜନୈତିକ ସଂକଟ ଏକ ନୂଆ ମୋଡ ନେଇଛି । କାରଣ ରଣତୁଙ୍ଗା ହେଉଛନ୍ତି ଶ୍ରୀଲଙ୍କାର ବିତାଡ଼ିତ ପ୍ରଧାନମନ୍ତ୍ରୀ ରନିଲ ଓ୍ଵିକ୍ରମସିଙ୍ଘେଙ୍କ ଜଣେ ଘନିଷ୍ଠ ସହଯୋଗୀ । ଗତକାଲି କଲୋମ୍ବୋ ନିକଟବର୍ତ୍ତି ଡେମାଟାଗୁଡ଼ା ଠାରେ ଥିବା ସିଲନ ପେଟ୍ରୋଲିୟମ କର୍ପୋରେସନ ପରିସରରେ ଜମା ହୋଇଥିବା କେତେକ ବିକ୍ଷୋଭକାରୀଙ୍କ ଉପରକୁ ଅର୍ଜୁନଙ୍କ ନିର୍ଦ୍ଦେଶରେ ତାଙ୍କ ସୁରକ୍ଷାକର୍ମୀ ୫ଟି ଗୁଳି ଚଳାଇଥିଲେ । ଏଥିରେ ଜଣ ମୃତ୍ୟୁ ବରଣ କରିଥିବାବେଳେ ଆଉ ୨ଜଣ ଆହତ ହୋଇଛନ୍ତି । ଏହି ବିକ୍ଷୋଭକାରୀମାନେ ଭାବୀ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷେଙ୍କ ସମର୍ଥକ ଥିଲେ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର