ଫେସବୁକକୁ ସମନ ପଠାଇଲା ସଂସଦୀୟ କମିଟି, ସେପ୍ଟେମ୍ବର ୨ରେ ହାଜର ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସୂଚନା ପ୍ରଯୁକ୍ତି ସଂପର୍କିତ ସଂସଦୀୟ ସ୍ଥାୟୀ କମିଟି ପକ୍ଷରୁ ଆଜି ଫେସବୁକକୁ ସମନ ପଠାଯାଇଛି । ଫେସବୁକ ନିଜର ଘୃଣା ଭାଷଣ ସଂପର୍କିତ ନିୟମ କେତେକ ବିଜେପି ନେତାଙ୍କ ଉପରେ କୋହଳ କରୁଥିବା ଅଭିଯୋଗରେ ଏହି ସମନ ପଠାଯାଇଛି । ଆସନ୍ତା ସେପ୍ଟେମ୍ବର ୨ରେ ହାଜର ହେବାକୁ ଫେସବୁକ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କେବଳ ଫେସବୁକ ନୁହେଁ, କେନ୍ଦ୍ର ସରକାରଙ୍କ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ଅଧିକାରୀମାନଙ୍କୁ ମଧ୍ୟ ଉପରୋକ୍ତ ତାରିଖରେ ଉପସ୍ଥିତ ରହିବାକୁ ସ୍ଥାୟୀ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ନାଗରିକଙ୍କ ସ୍ୱାର୍ଥରକ୍ଷା ଏବଂ ସୋସିଆଲ ମିଡିଆର ଦୁରୁପଯୋଗ ରୋକିବାକୁ ସରକାର କି କି ପଦକ୍ଷେପ ନେଉଛନ୍ତି ତାହା ଜଣାଇବାକୁ ମନ୍ତ୍ରାଳୟକୁ କୁହାଯିବ ।

ଏହା ପୂର୍ବରୁ ବିଜେପି ଏମପି ତଥା ଏହି ସ୍ଥାୟୀ କମିଟିର ସଦସ୍ୟ ନିଳକଣ୍ଠ ଦୁବେ ଏହି କମିଟିର ସଭାପତି ତଥା କଂଗ୍ରେସ ନେତା ଶଶୀ ଥରୁରଙ୍କୁ ହଟାଇବାକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ । ଶଶୀ ଏହି କମିଟିକୁ ରାଜନୈତିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରୁଥିବା ଅଭିଯୋଗ କରି ସେ ଏହି ଦାବି କରିଥିଲେ ।

ସମ୍ବନ୍ଧିତ ଖବର