ଆଜି ପାଳନ ହେଉଛି ସେବାନିବୃତ ସୈନିକ ଦିବସ, କାହିଁକି ପାଳନ ହୁଏ ଏହି ଦିବସ ଜାଣନ୍ତୁ

ନୂଆଦିଲ୍ଲୀ : ଆଜି ୩ୟ ସେବାନିବୃତ ସୈନିକ ଦିବସ ପାଳନ କରାଯାଇଛି । ଦେଶ ସେବାରେ ବର୍ଷ ବର୍ଷ ଧରି କାର୍ଯ୍ୟକରି ଅବସର ନେଇଥିବା ସୈନିକମାନଙ୍କ ଦେଶପ୍ରତି ଅବଦାନକୁ ସ୍ୱୀକୃତି ପ୍ରଦାନ କରିବାକୁ ଏହି ଦିବସ ପାଳନ କରାଯାଇଥାଏ । ସ୍ଥାନୀୟ ମାନେକସ ସେଣ୍ଟରଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ କହିଛନ୍ତି ଯେ ଆମ ଯବାନ ମାନଙ୍କ ତ୍ୟାଗ ଓ ବଳିଦାନକୁ ଶବ୍ଦରେ ପ୍ରକାଶ କରିହେବ ନାହିଁ । ସେମାନଙ୍କ ଯୋଗୁଁ ଆମ ଦେଶର ପ୍ରତିଟି ନାଗରିକ ଆଜି ସୁରକ୍ଷିତ ଅଛନ୍ତି ।

୧୯୫୩, ଜାନୁୟାରୀ ୧୪ରେ ଦେଶର ପ୍ରଥମ ଫିଲଡ ମାର୍ସାଲ କେଏମ କାରିଆପ୍ପା ଅବସର ଗ୍ରହଣ କରିଥିଲେ । ଏହି ଦିବସକୁ ସ୍ମରଣୀୟ କରିବାକୁ ଦୁଇ ବର୍ଷ ତଳେ ଏହାକୁ ସେବାନିବୃତ ସୈନିକ ଦିବସ ଭାବେ ଘୋଷଣା କରିଥିଲେ ।  ଏଥିପାଇଁ ସୈନ୍ୟବଳ ପରିସରରେ ସେବାନିବୃତ୍ତ ସୈନ୍ୟକର୍ମୀମାନଙ୍କ ପାଇଁ ସମଗ୍ର ଦେଶରେ ରାଲିର ଆୟୋଜନ କରାଯାଇଥିଲା । ପ୍ରମୁଖ ସମାରୋହ ନୂଆଦିଲ୍ଲୀର ମାନେକଶ କେନ୍ଦ୍ର, ଦିଲ୍ଲୀ କେଣ୍ଟରେ ଆୟୋଜିତ କରାଯାଇଥିଲା । ଏହି ଅବସରରେ ସେନାପ୍ରମୁଖ ଓ ସେନାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର