ନ୍ୟୁୟର୍କ: ଲେବାନନ୍ରେ ସଶସ୍ତ୍ର ସଙ୍ଗଠନ ପ୍ରସ୍ତୁତ ହୋଇ ରହିଛନ୍ତି ଓ ସେମାନେ ଯେକୌଣସି ମୁହୂର୍ତ୍ତରେ ଭୟାବହ କାଣ୍ଡ ଘଟାଇ ପାରନ୍ତି ବୋଲି ଇରାନ୍ର ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର୍-ଅବ୍ଦୋଲ୍ଲାହିଆନ୍ ଗଣମାଧ୍ୟମ ‘ମର୍ଣ୍ଣିଙ୍ଗ୍ ଏଡିସନ୍’ର ପ୍ରତିନିଧି ଷ୍ଟିଭ୍ ଇନ୍ସ୍କିପ୍ଙ୍କ ସହିତ ନ୍ୟୁୟର୍କ ସହରରେ କରିଥିବା ସାକ୍ଷାତ୍କାର ବେଳେ ଇସ୍ରାଏଲ୍କୁ ସତର୍କ କରାଇ କହିଛନ୍ତି।
ଅବ୍ଦୋଲ୍ଲାହିଆନ୍ କହିଛନ୍ତି ଯେ, ଚଳିତ ସପ୍ତାହରେ ଲେବାନନ୍ରେ ସେ ପ୍ରତିରୋଧୀ ନେତା ଓ ପାଲେଷ୍ଟିନୀୟ ସଙ୍ଗଠନକୁ ଭେଟିଥିଲେ। ସେମାନେ ଯେଉଁ ସବୁ ଯୋଜନା କରିଛନ୍ତି, ସେସବୁ ଆପଣମାନେ ଦେଖିଥିବା ଆକ୍ରମଣଠାରୁ ଅଧିକ ଶକ୍ତିଶାଳୀ ଓ ଭୟଙ୍କର।
ଯଦି ଏମିତି ପରିସ୍ଥିତି ଲାଗିରହେ ଏବଂ ଗାଜା ଓ ୱେଷ୍ଟ୍ ବ୍ୟାଙ୍କ୍ରେ ମହିଳା, ପିଲା ଓ ସାଧାରଣ ନାଗରିକ ମରନ୍ତି ତେବେ, ଯେକୌଣସି ପ୍ରକାର ଭୟବହ କାଣ୍ଡ ଘଟିପାରେ।
ଇରାନ୍ ହମାସ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବ କି, ବୋଲି ପଚରାଯିବାରୁ ଅବ୍ଦୋଲ୍ଲାହିଆନ୍ କହିଲେ, ଇରାନ୍ ହମାସ୍କୁ କେବଳ ରାଜନୈତିକ ସମର୍ଥନ ଯୋଗାଉଛି। ହମାସ୍ର ଯଥେଷ୍ଟ ସଂଖ୍ୟକ କ୍ଷେପଣାସ୍ତ୍ର, ରକେଟ୍ ଓ ଡ୍ରୋନ୍ ଅଛି। ସେମାନେ ମଧ୍ୟ ଏ ସବୁ ସହଜରେ ଯେକୌଣସି ସ୍ଥାନରୁ ପାଇପାରିବେ। ଅସ୍ତ୍ର ନିର୍ମାଣ ପାଇଁ ଯାହା ଆବଶ୍ୟକ ସେ ସବୁ ତାଙ୍କ ପାଖରେ ଅଛି। ତାଲିମ କେନ୍ଦ୍ର ମଧ୍ୟ ଅଛି। ତେଣୁ, ଏଭଳି ଅଭିଯାନରେ ଅଗ୍ରସର ହେବା ପାଇଁ ସେମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
Image Courtesy of India Todayସୂଚନାଯୋଗ୍ୟ, ସେ ଅଞ୍ଚଳରେ ଇରାନ୍ ଅସଂଖ୍ୟ ଆତଙ୍କବାଦୀ ସଙ୍ଗଠନର ପୃଷ୍ଠପୋଷକତା କରୁଛି। ଗତ କିଛି ବର୍ଷ ହେବ ଲେବାନନ୍, ୟେମେନ୍, ସରିୟା, ଇରାକ୍ ଓ ଗାଜାରେ ଇରାନ୍ ଅନେକ ଆତଙ୍କବାଦୀ ସଙ୍ଗଠନକୁ ତାଲିମ୍ ଓ ଅସ୍ତ୍ରଶସ୍ତ୍ର ଦେଇଛି। ୨୦୦୭ରୁ ହମାସ୍ ଗାଜାରେ ଶାସନ ଚଳାଇ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Terrorist-Ready-For-Attack_Thumbnail.jpg)