ଅଜରବୈଜାନ ଆକ୍ରମଣରେ ୪୯ ଆର୍ମେନୀୟ ସୈନ୍ୟ ମୃତ

ନୂଆଦିଲ୍ଲୀ : ପ୍ରାୟ ୨ ବର୍ଷର ଯୁଦ୍ଧ ବିରତି ପରେ ପୁଣି ଥରେ ଅଜରବୈଜାନ ଓ ଆର୍ମେନିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

ଋଷର ନ୍ୟୁଜ ଏଜେନ୍ସି ଟାସର ରିପୋର୍ଟ ଅନୁସାରେ ବିବାଦୀୟ ନଗର୍ନୋ-କାରାବାଖ ଅଂଚଳକୁ ନେଇ ପୁଣି ଥରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି । ଆର୍ମେନିଆ ପକ୍ଷରୁ ଦାବି କରାଯାଇଛି ଯେ ଅଜରବୈଜାନ ସେନାର ଆକ୍ରମଣରେ ୪୯ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି ।

ଅନ୍ୟପକ୍ଷରେ ଅଜରବୈଜାନ ପକ୍ଷରୁ କୁହାଯାଇଛି ଯେ ଆର୍ମେନିଆ ପକ୍ଷରୁ ପ୍ରଥମେ ଯୁଦ୍ଧ ବିରତିର ଉଲ୍ଲଙ୍ଘନ କରାଯାଇ ଆକ୍ରମଣ କରାଯାଇଥିଲା । ଏହାର ଜବାବରେ ଅଜବୈଜାନ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଭୋର ସମୟରେ ଅଜବୈଜାନ ପକ୍ଷରୁ ଆର୍ଟିଲାରୀ ସେଲିଂ, ଡ୍ରୋନ ଆକ୍ରମଣ କରି ଆର୍ମେନିଆ ମିଲିଟାରୀ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିଲା । ଏହା ଫଳରେ ଆର୍ମେନିଆ ସେନାର ୪୯ ଯବାନ ପ୍ରାଣ ହରାଇଥିଲେ ।

ଅଜରବୈଜନାର ଏହି ଆକ୍ରମଣ ଫଳରେ ଆର୍ମେନିଆର ସୀମାରେ ଥିବା କାପାନ, ଗୋରିସ ଓ ଜର୍ମୁକ ପରି ଅଂଚଳ କ୍ଷତିଗ୍ରସ୍ତ ହୋଇଛି । ଯୁଦ୍ଧ ବିରତିକୁ ଉଲ୍ଲଙ୍ଘନ କରି ଏହି ଆକ୍ରମଣ କରାଯାଇଥିଲା । ଏହାର ଜବାବ ଆର୍ମେନିଆ ସେନା ଦେଇଥିଲା ।

ଅନ୍ୟପକ୍ଷରେ ସଂଯମ ରକ୍ଷା ପାଇଁ ଉଭୟ ପକ୍ଷଙ୍କୁ ରୁଷ ଓ ଜାତିସଂଘ ପକ୍ଷରୁ ନିବେଦନ କରାଯାଇଛି ।

 

ସମ୍ବନ୍ଧିତ ଖବର