କୃଷକଙ୍କ ସମର୍ଥନରେ ଆସନ୍ତାକାଲି ଘରେଘରେ ସମସ୍ତଙ୍କୁ ଅନଶନ କରିବାକୁ ଅନୁରୋଧ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତା ସୋମବାର କୃଷକଙ୍କ ସମର୍ଥନରେ ଦେଶବାସୀଙ୍କୁ ଗୋଟିଏ ଦିନ ଉପବାସ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିବେଦନ କରିଛନ୍ତି।

କୃଷି ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟେ ଦିନ ଅନଶନ କରିବେ ବୋଲି କହିଛନ୍ତି। ଏଥିସହ ଆମ୍ ଆଦମୀ ପାର୍ଟି (ଆପ)ର ସମସ୍ତ କର୍ମୀ ଏବଂ ସମର୍ଥକଙ୍କୁ ମଧ୍ୟ କୃଷକଙ୍କ ସହ ଦିନିକିଆ ଅନଶନ କରିବାକୁ ସେ ଅନୁରୋଧ କରିଛନ୍ତି।

ଏକ ଡିଜିଟାଲ ସମ୍ମିଳନୀରେ ଯୋଗଦେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଆସନ୍ତାକାଲି (ସୋମବାର) ସମସ୍ତେ ନିଜ ଘରେ ଗୋଟିଏ ଦିନ ଉପବାସ ରଖିବା ଏବଂ ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇବା। ଏଥିସହିତ ଦେଶର ଅନେକ ଖେଳାଳି ଚାଷୀଙ୍କୁ ସମର୍ଥନ କରିଛନ୍ତି। ସେମାନେ ନାଗରିକ ବିରୋଧୀ କି? ଦେଶର ଓକିଲ, ବ୍ୟବସାୟୀମାନେ ଜାତୀୟ ବିରୋଧୀ କି? ଆନ୍ନା ହଜାରେଙ୍କ ଆନ୍ଦୋଳନ ସମୟରେ କଂଗ୍ରେସ ସରକାର ଆନ୍ଦୋଳନକୁ ଅସମ୍ମାନ କରୁଥିଲେ। ସେହିଭଳି ଭାଜାପା କୃଷକ ଆନ୍ଦୋଳନକୁ ବଦନାମ କରୁଛି। ଆମେ ଚାଷୀଙ୍କ ସହ ଅଛୁ। ସେମାନଙ୍କ ସମର୍ଥନ କରୁଛୁ। ସରକାର ଯଥାଶୀଘ୍ର କୃଷକଙ୍କ ଦାବିକୁ ମାନିନେବା ଉଚିତ। ନଚେତ ଆନ୍ଦୋଳନ ତୀବ୍ର ହେବ ।

ଏପଟେ ଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସିଙ୍ଘୁ, ଟିକ୍ରି, ପଲୱାଲ, ଗାଜୀପୁର ଏବଂ କୃଷକମାନେ ଆନ୍ଦୋଳନରେ ବସିଥିବା ଅନ୍ୟ ସମସ୍ତ ସୀମାରେ ଆମରଣ ଅନଶନ କରିବେ ବୋଲି କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର